ମୋଦୀଙ୍କୁ ଧମକ ଦେଲେ ପାକିସ୍ତାନୀ ପପ୍‍ ଗାୟିକା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଥିବା ପାକିସ୍ତାନୀ ପପ୍‍ ଗାୟିକା ରବୀ ପୀରଜାଦା ବୁଧବାର ପୁଣିଥରେ ମୋଦୀଙ୍କୁ ଧମକ ଦେଇଛନ୍ତି। ସେ ନିଜ ଦେହରେ ବୋମା ଖଞ୍ଜି ମୋଦୀଙ୍କୁ ଧମକ ଦେଇଥିବା ଜଣାପଡିଛି।

ସେ ବିସ୍ଫୋଟକ ଭର୍ତ୍ତି ଏକ ଜ୍ୟାକେଟ ପିନ୍ଧିଥିବାର ଏକ ଫଟୋ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଲେଖିଛନ୍ତି। ତାଙ୍କର ଏହିଭଳି ପୋଷ୍ଟକୁ ନେଇ ଭାରତୀୟମାନେ କଟୁ ସମାଲୋଚନା କରିଛନ୍ତି।