ଆଦାନି ଗ୍ୟାସ୍‌ର ୩୭.୪% ଅଂଶ କିଣିବ ‘ଟୋଟାଲ୍’

ମୁମ୍ବାଇ,ଏଜେନ୍ସି: ଫ୍ରାନ୍ସର ପ୍ରମୁଖ ଉର୍ଜା କମ୍ପାନୀ ‘ଟୋଟାଲ୍’ ଭାରତର ପ୍ରତିଷ୍ଠିତ ଉଦ୍ୟୋଗୀ ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଉର୍ଜା କମ୍ପାନୀ ‘ଆଦାନି ଗ୍ୟାସ୍’ର ୩୭.୪% ଅଂଶ କିଣିବ ବୋଲି ଉଭୟ କମ୍ପାନୀ ତରଫରୁ ଘୋଷଣା କରାଯାଇଛି। ଏଥିସହିତ ଭାରତରେ ନିଜର ଉପସ୍ଥିତିକୁ ବିସ୍ତାର କରିବା ଲାଗି ଫ୍ରାନ୍ସର ଏହି କମ୍ପାନୀ ୬୦ କୋଟି ଡଲାର ନିବେଶ କରିବ।

ଉଭୟ କମ୍ପାନୀର ପ୍ରାକୃତିକ ଗ୍ୟାସ୍ ଆମଦାନୀ ଏବଂ ଖୁଚୁରା ବିକ୍ରି ପାଇଁ ୫୦:୫୦ ସଂଯୁକ୍ତ ଉଦ୍ୟମ ସମ୍ବନ୍ଧରେ ଘୋଷଣା କରିବାର ପ୍ରାୟ ବର୍ଷେ ପରେ ଏହି ଘୋଷଣା କରାଯାଇଛି। ଆଦାନୀ ପରିବାର ନିକଟରେ ବର୍ତ୍ତମାନ ଆଦାନି ଗ୍ୟାସ୍‌ର ୭୪.୮% ଶେୟାର ରହିଥିବାବେଳେ ଏହି ଡିଲ୍ ପରେ ଟୋଟାଲ୍ ଏହଂ ଆଦାନୀ ପରିବାର  ନିକଟରେ ସମାନ ସମାନ ଅର୍ଥାତ୍‌ ୩୭.୪% ଓ ୩୭.୪% ଶେୟାର ରହିବ। ଅନ୍ୟ ୨୫.୨% ଶେୟାର ସାଧାରଣ ନିବେଶକଙ୍କ ନିକଟରେ ରହିବ।