Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମେ’ ମାସରେ ୧.୪୦ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମେ’ ମାସରେ ୧.୪୦ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,ଏଜେନ୍ସି: ଗତ ମେ’ ମାସରେ ମୋଟ ଜିଏସଟି ରାଜସ୍ବ ଆଦାୟ ପରିମାଣ ୧ଲକ୍ଷ ୪୦ ହଜାର ୮୮୫ କୋଟି ଟଙ୍କା ହୋଇଛି। ସେଥିରୁ ସିଜିଏସଟି ବାବଦରେ ୨୫ ହଜାର ୩୬ କୋଟି ଟଙ୍କା ହୋଇଥିବାବେଳେ ଏସଜିଏସଟି ବାବଦରେ ୩୨ ହଜାର ୧ କୋଟି ଓ ଆଇଜିଏସଟି କ୍ଷେତ୍ରରୁ ୭୩ ହଜାର ୩୪୫କୋଟି ଟଙ୍କା ଆଦାୟ ହୋଇଛି। ଏହାବାଦ ୩୭ ହଜାର ୪୬୯ କୋଟି ଟଙ୍କା ଜିନିଷପତ୍ର ଆମଦାନୀ ବାବଦ ଓ ସେସ ବାବଦକୁ ୧୦ ହଜାର ୫୦୨ କୋଟି (ସେଥିରୁ ୯୩୧କୋଟି ସାମଗ୍ରୀ ଆମଦାନୀ ବାବଦକୁ ଆସିଛି)।

ସରକାର ଆଇଜିଏସଟିରୁ ୨୭ ହଜାର ୯୨୪ କୋଟି ଟଙ୍କା ସିଜିଏସଟି ଓ ୨୩ ହଜାର ୧୨୩ କୋଟି ଟଙ୍କା ଏସଜିଏସଟି ବାବଦକୁ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ବ ମେ ୨୦୨୨ ନିୟମିତ ଧାର୍ଯ୍ୟ ଆବଣ୍ଟନ ପରେ ସିଜିଏସଟି ପାଇଁ ୫୨ ହଜାର ୯୬୦ କୋଟି ଓ ଏଜସିଏସଟି ବାବଦକୁ ୫୫ ହଜାର ୧୨୪କୋଟି ଟଙ୍କା ହୋଇଛି। ଏହା ବ୍ୟତୀତ କେନ୍ଦ୍ର ସରକାର ଗତ ୩୧ ତାରିଖ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜିଏସଟି କ୍ଷତିପୂରଣ ବାବଦରେ ୮୬ ହଜାର ୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଗତବର୍ଷ ଏହି ମାସ ସୁଦ୍ଧା ଜିଏସଟି ରାଜସ୍ବ ୯୭ ହଜାର ୮୨୧ କୋଟି ଟଙ୍କା ଥିବାବେଳେ ମେ’ ୨୦୨୨ ରେ ଏହା ଶତକଡା ୪୪ଭାଗ ବୃଦ୍ଧି ପାଇଛି। ଏହି ମାସରେ ରାଜସ୍ବ ଜିନିଷପତ୍ର ଆମଦାନୀ କ୍ଷେତ୍ରରେ ଶତକଡା ଘରୋଇ ନେଣଦେଣ ତୁଳନାରେ ଅଧିକ ହୋଇଛି (ରପ୍ତାନୀ ସେବାରୁ) ଶତକଡା ୪୪ ଭାଗ ଅଧିକ ଗତବର୍ଷ ଏହି ସମୟ ମଧ୍ୟରେ ହୋଇଛି।