ନିଟ୍‌ ପିଜି ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରକାଶ ପାଇଲା ଚଳିତ ବର୍ଷର ମେଡିକାଲ ସ୍ନାତ୍ତକତ୍ତୋର ଶିକ୍ଷା ପାଇଁ ଉଦ୍ଦିଷ୍ଟ ନିଟ୍‌ ପିଜି ପରୀକ୍ଷା ଫଳାଫଳ। ଜାତୀୟ ପରୀକ୍ଷା ବୋର୍ଡ (ଏନ୍‌ବିଇ) ଆଜି ଏହି ଫଳ ପ୍ରକାଶନ କରିଛି। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡବ୍ୟା ଟ୍ବିଟ କରି ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଛାତ୍ରାଛାତ୍ରୀ https://natboard.edu.in ରେ ଲଗ-ଇନ କରି ନିଜର ଫଳାଫଳ ଜାଣିପାରିବେ। ପୂର୍ବ ନିର୍ଦ୍ଧାରିତ ତାରିଖର ୧୦ ଦିନ ପୂର୍ବରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ କରି ଫଳ ପ୍ରକାଶ କରିବାରେ ସଫଳ ହୋଇଛି ପରୀକ୍ଷା ନିୟନ୍ତ୍ରକ ବୋର୍ଡ। ଯାହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବ୍ୟ ଖୁସି ବ୍ୟକ୍ତ କରିଛନ୍ତି।