ଏସିଆ କପ୍‌ ହକି: ଜାପାନକୁ ହରାଇ କାଂସ୍ୟ ଜିତିଲା ଭାରତ

ଜକର୍ତ୍ତା,ଏଜେନ୍ସି: ଏସିଆ କପ୍‌ ହକିରେ ଜାପାନକୁ ହରାଇ କାଂସ୍ୟ ପଦକ ହାସଲ କରିଛି ଭାରତୀୟ ଦଳ। ୧-୦ ଗୋଲ୍‌ରେ ଜାପାନକୁ ହରାଇ ଭାରତ କାଂସ୍ୟ ପଦକ ହାସଲ କରିଛି। ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।

ମ୍ୟାଚ୍‌ ଆରମ୍ଭ ହେବାର ମାତ୍ର ୭ ମିନିଟ୍‌ ମଧ୍ୟରେ ହିଁ ଭାରତ ଜାପାନକୁ ଏକ ଗୋଲ୍‌ ଦେଇ ମ୍ୟାଚ୍‌ରେ ଆଗୁଆ ରହିଥିଲା। ସେପଟେ ଜାପାନ ପକ୍ଷରୁ ବାରମ୍ବାର ଆକ୍ରାମକ ଖେଳ ପ୍ରଦର୍ଶନ କରାଯାଉଥିଲେ ସୁଦ୍ଧା ଏହାକୁ ଦମଦାର୍ ପ୍ରଦର୍ଶନ କରି ଡିଫେଣ୍ଡ କରିଥିଲା ଟିମ୍‌ ଇଣ୍ଡିଆ। ପ୍ରଥମ କ୍ବାର୍ଟର ପରେ ଆଉ କୌଣସି ଦଳ କାହାରିକୁ ଗୋଲ୍‌ ଦେବାରେ ଅସମର୍ଥ ହୋଇଥିଲେ।

ଜାପାନିଜ୍‌ ଟିମ୍‌ ପକ୍ଷରୁ ବାରମ୍ବାର ଆକ୍ରାମକ ଖେଳ ପ୍ରଦର୍ଶନ କରାଯାଉଥିଲେ ସୁଦ୍ଧା ସେମାନଙ୍କ ଆଗରେ ପାହାଡ଼ ଭଳି ଛିଡ଼ା ହୋଇଥିଲେ ଅଧିନାୟକ ତଥା ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା। ଭାରତ ପକ୍ଷରୁ ରାଜ କୁମାର ପାଲ୍‌ ଏକ ମାତ୍ର ଖେଳାଳି ଭାବରେ ଗୋଲ୍‌ ଦେଇଛନ୍ତି। ସୁପରେ ୪ ପର୍ଯ୍ୟାୟରେ ଲଗାତାର ଦୁଇଟି ଡ୍ର ମ୍ୟାଚ୍‌ ଖେଳିବା ପରେ ଭାରତ ଫାଇନାଲ୍‌ରେ ପହଞ୍ଚିବାରେ ଅସମର୍ଥ ହୋଇଥିଲା। ଲିଗ୍‌ ମ୍ୟାଚ୍‌ରେ ଜାାପାନଠାରୁ ୦-୫ରେ ହାରିଥିବା ଭାରତ କାଂସ୍ୟ ପଦକ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଛି।