ଟାରିଫ୍ ବୃଦ୍ଧି: ଏୟାରଟେଲ୍ ଓ ଜିଓ କମାଇବେ ୭,୫୦୦ କୋଟି

ମୁମ୍ବାଇ,ଏଜେନ୍ସି: ଭାରତୀ ଏୟାର୍‌ଟେଲ୍ ଓ ରିଲାଏନ୍ସ ଜିଓର ପ୍ରିପେଡ୍ ଟାରିଫ୍ ପ୍ଲାନ୍‌ରେ ବୃଦ୍ଧି ଯୋଗୁଁ ଉଭୟ କମ୍ପାନୀ ଲାଭାନ୍ୱିତ ହେବେ। ଟାରିଫ୍ ବୃଦ୍ଧି ଯୋଗୁଁ ସିଧାସଳଖ କ୍ୟାଶ୍ ଫ୍ଲୋ ବୃଦ୍ଧି ଘଟିବ ଓ କମ୍ପାନୀ ପାଖାପାଖି ୭,୫୦୦ କୋଟି ଟଙ୍କା ଅତିରିକ୍ତ ଲାଭ କରିବ। ଏୟାର୍‌ଟେଲ୍ ଓ ଜିଓର ଆଭ୍‌ରେଜ୍ ରେଭେନ୍ୟୁ ପର୍ ୟୁଜର୍ (ଏୟୁଆର୍‌) ମାର୍ଚ୍ଚ ୨୦୨୨ ସୁଦ୍ଧା ୨୫ ଟଙ୍କା ଓ ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇ ୧୫୩ ଟଙ୍କା ଓ ୧୪୪ ଟଙ୍କା ସ୍ତରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

କ୍ଷତିରେ ଥିବା ଭୋଡାଫୋନ୍‌-ଆଇଡିଆ, ଜିଓ ସହିତ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେଉଥିବା ଏୟାର୍‌ଟେଲ୍ ଓ ଟେଲିକମ୍ ସେକ୍ଟର୍‌ର ଅପ୍ରତିଦ୍ୱନ୍ଦ୍ୱୀ ଜିଓ ଦର ବୃଦ୍ଧି ଫଳରେ ଅଧିକ ରାଜସ୍ୱ ହାସଲ କରିବେ ବୋଲି ଜଣାପଡ଼ିଛି।