ବିକ୍ରିହେଲା ଆଉ ଏକ ସରକାରୀ କମ୍ପାନୀ: ନନ୍ଦଲ ଫାଇନାନ୍ସକୁ ସେଣ୍ଟ୍ରାଲ୍ ଇଲେକ୍ଟ୍ରୋନିକ୍‌ସ

ନୂଆଦିଲ୍ଲୀ,ଏଜେନ୍ସି: ଏୟାର୍‌ଇଣ୍ଡିଆର ଘରୋଇକରଣ ପରେ କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନାରେ ଆଉ ଏକ ବଡ଼ ସଫଳତା ମିଳିଛି। ସେଣ୍ଟ୍ରାଲ୍ ଇଲେକ୍ଟ୍ରୋନିକ୍‌ସ ଲିଃ (ସିଇଏଲ୍‌)କୁ କ୍ରୟ କରିବା ପାଇଁ ନନ୍ଦଲ ଫାଇନାନ୍ସି ସବୁଠୁ ଅଧିକ ବିଡ୍ ଦାଖଲ କରିଥିଲା। ସରକାର ସିଇଏଲରୁ ନିଜର ଶତପ୍ରତିଶତ ଅଂଶଧନ ବିକ୍ରୟ କରିବାକୁ ଯୋଜନା କରିଥିଲେ। ୨୧୦ କୋଟି ଟଙ୍କା ବିନିମୟରେ ନନ୍ଦଲ ଫାଇନାନ୍ସି ସିଇଏଲ୍‌କୁ କ୍ରୟ କରିବ ବୋଲି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି।

ଏହି ବିକ୍ରୟକୁ କେନ୍ଦ୍ର ଆର୍ଥିକ ମାମଲାର କ୍ୟାବିନେଟ୍ କମିଟି (ସିସିଇଏଲ୍‌)ର ରଣନୀତିକ ବିନିବେଶ ପାଇଁ ଗଠିତ ଉଚ୍ଚାଧିକାରପ୍ରାପ୍ତ ବୈକଳ୍ପିକ ପ୍ରଣାଳୀ (ଏଏମ୍‌) ଅନୁମୋଦନ କରିଛି। ଏହି କମିଟିରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ ସାମିଲ୍ ଥିଲେ।