ପ୍ରଭାବୀ ପରିବେଶ ପରିଚାଳନା ପାଇଁ ପିପିଏଲ୍‌କୁ ଗ୍ରୀନଟେକ୍ ସମ୍ମାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମାନବ ସମାଜ ପ୍ରତି ପରିବେଶର ଅବଦାନକୁ ଚିହ୍ନିବା ତଥା ଏହାର ପ୍ରଭାବୀ ପରିଚାଳନା କରିବା ପାଇଁ ନିଜର ସର୍ବୋତ୍କୃଷ୍ଟ ପ୍ରବନ୍ଧନର ଉପଯୋଗ ଅଙ୍ଗୀକାରବଦ୍ଧ ଭାବେ କରିଥାଏ ଗ୍ରୀନ୍‌ଟେକ୍ ଫାଉଣ୍ଡେସନ୍। ପ୍ରତିବର୍ଷ ଏହି କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରୁଥିବା ବିଭିନ୍ନ ଶିଳ୍ପ ଉଦ୍ୟୋଗଗୁଡ଼ିକୁ ଫାଉଣ୍ଡେସନ୍ ପୁରସ୍କୃତ କରିଥାଏ। ଚଳିତ ବର୍ଷ ପାରାଦୀପ ଫସ୍‌ଫେଟ୍‌ସ ଲିଃ ନିଜର ଶିଳ୍ପାଞ୍ଚଳ କ୍ଷେତ୍ରରେ ପରିବେଶ ସୁରକ୍ଷା ତଥା ତଜ୍ଜନିତ ଉତ୍କୃଷ୍ଟ ପରିଚାଳନା ପାଇଁ ଗ୍ରୀନଟେକ୍ ଫାଉଣ୍ଡେସନ ପରିବେଶ ସମ୍ମାନରେ ସମ୍ମାନିତ ହୋଇଛି।

ଆୟୋଜିତ ଏକ ଉତ୍ସବରେ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ସିଇଓ କମଳେଶ୍ୱର ସରଣଙ୍କ ନିକଟରୁ ପିପିଏଲ୍‌ର ଉପ-ସାଧାରଣ ପ୍ରବନ୍ଧକ, (ପରିବେଶ ପରିଚାଳନା) ଅମ୍ବିକେଶ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ। ତାମିଲ୍‌ନାଡୁସ୍ଥିତ ମହାବଳୀପୁରମ୍‌ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ଅନ୍ୟତମ ପ୍ରମୁଖ ଅତିଥି ଭାବେ ମହାରାଷ୍ଟ୍ରର ପ୍ରମୁଖ ଶାସନ ସଚିବ (ଶକ୍ତି) ଦିନେଶ ୱାଘମାରେ ଉପସ୍ଥିତ ଥିଲେ।