କରୋନା ମହାମାରୀ ପରେ ଦେଶରେ ୫୪% ବଢିଛି ଫ୍ୟାକ୍ଟ୍ରି ଉତ୍ପାଦନ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ପରେ ଭାରତୀୟ ଅର୍ଥନୀତିରେ ବର୍ତ୍ତମାନ ତୀବ୍ର ଅଭିବୃଦ୍ଧି ଘଟୁଛି। ସର୍ଭେ ରିପୋର୍ଟରୁ ଜଣା ପଡ଼ିଛି ଯେ ଭାରତୀୟ କଳକାରଖାନା ଗୁଡ଼ିକରେ ଉତ୍ପାଦନ ବଢିବା ସହିତ ନୂତନ ଅର୍ଡରରେ ମଧ୍ୟ ଆଖି ଦୃଶିଆ ଅଭିବୃଦ୍ଧି ଘଟିଛି। ଏହା ସାଙ୍ଗକୁ ଭାରତୀୟ ସାମଗ୍ରୀର ରପ୍ତାନୀରେ ମଧ୍ୟ ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ଚାହିଦା ବୃଦ୍ଧି ପାଇ ୯ ମାସର ଶିଖରରେ ପହଞ୍ଚିଛି।

ଦେଶରେ କରୋନାଭାଇରସ୍ ପ୍ରତିବନ୍ଧକ ହ୍ରାସ ହେତୁ ମାର୍ଚ୍ଚରେ ଏସ ଆଣ୍ଡ ପି ଗ୍ଲୋବାଲ୍ ଇଣ୍ଡିଆ ସର୍ଭେ ଅନୁଯାୟୀ ଉତ୍ପାଦନ କ୍ରୟ କ୍ଷମତା(ପିଏମ୍‌ଆଇ) ମାର୍ଚ୍ଚରେ ୫୪.୦ ପ୍ରତିଶତ ଥିବା ବେଳେଏପ୍ରିଲରେ ୫୪.୭ ପ୍ରତିଶତକୁ ବୃଦ୍ଧି ପାଇଛି। ବିକ୍ରୟ ଏବଂ କ୍ରୟରେ ବୃଦ୍ଧି ସହିତ କାରଖାନାଗୁଡ଼ିକ ଉପରୋକ୍ତ ଧାରାରେ ଉତ୍ପାଦନକୁ ବୃଦ୍ଧି କରିବାରେ ଲାଗି ରହିବେ। ଲଗାତାର ନଅ ମାସ ପରେ ମାର୍ଚ୍ଚ ମାସରେ ପ୍ରଥମେ ଅଭିବୃଦ୍ଧି ଆରମ୍ଭ ହୋଇଛି। ଏହା ପରେ ଏପ୍ରିଲ ମାସରେ ରପ୍ତାନି ପାଇଁ ଅର୍ଡର ବୃଦ୍ଧି ଘଟିଛି।

ଏହି ଅଭିବୃଦ୍ଧି ଗତ ଜୁଲାଇ ପରଠୁ ଲଗାତାର ବୃଦ୍ଧି ପାଇ ଚାଲିଛି। ନିକଟ ଭବିଷ୍ୟତରେ ଅଭିବୃଦ୍ଧି ବଜାୟ ରହିବ ବୋଲି କହିଛନ୍ତି ଏସ ଆଣ୍ଡ ପି ଗ୍ଲୋବାଲ ଅର୍ଥନୀତି ସହଯୋଗୀ ନିର୍ଦ୍ଦେଶକ ପୋଲିୟାନା ଡି ଲିମା। ଚାହିଦା ବୃଦ୍ଧି ପାଇଥିବା ବେଳେ ଉତ୍ପାଦନ ପାଇଁ ଭାରତୀୟ ଉତ୍ପାଦନକାରୀ ମାନେ ଚାପ କମାଇବାକୁ ଚେଷ୍ଟା କରୁଥିବା ହେତୁ ଏପ୍ରିଲ୍ ମାସରେ ନିଯୁକ୍ତିରେ ସାମାନ୍ୟ ବୃଦ୍ଧି ଘଟିଥିଲା ବୋଲି ସର୍ଭେରେ କୁହାଯାଇଛି। ଏହି ଅଭିବୃଦ୍ଧି ବ୍ୟବସାୟୀ ମାନଙ୍କୁ ଆତ୍ମବିଶା୍ୱସ ବଢାଇଛି। ତେବେ ଭାରତକୁ ଏହି ପ୍ରଦର୍ଶନ ବଜାୟ ରଖିବାକୁ ପଡିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଅର୍ଥନୀତିଜ୍ଞ।