୧୮ ଲକ୍ଷ ଭାରତୀୟଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ମେଟା ଦ୍ୱାରା ପରିଚାଳିତ ହ୍ୱାଟ୍ସଆପ୍ ପକ୍ଷରୁ ମାର୍ଚ୍ଚ ମାସରେ ପ୍ରାୟ ୧୮ ଲକ୍ଷ ଭାରତୀୟଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବନ୍ଦ କରାଯାଇଛି। ଏହା ପୂର୍ବରୁ ଫେବୃୟାରୀ ମାସରେ ୧୪ ଲକ୍ଷ ଆକାଉଣ୍ଟକୁ ବନ୍ଦ କରିଥିଲା ଫେସବୁକ୍। ମାର୍ଚ୍ଚ ମାସ ପାଇଁ ୧୮ ଲକ୍ଷ ୫ହଜାର ଭାରତୀୟଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇଛି।

ମାର୍ଚ୍ଚ ୧ରୁ ୩୧ ତାରିଖ ମଧ୍ୟରେ ଏହି ଆକାଉଣ୍ଟ ଗୁଡିକ ବ୍ଲକ୍ କରାଯାଇଥିବା ନେଇ ମେଟା ନିଜ ରିପୋର୍ଟରେ ଉଲ୍ଲେଖ କରିଛି। କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ଅନୁଯାୟୀ ହ୍ୱାଟ୍ସଆପ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ବ୍ୟାନ କରାଯାଇଥିବା ଆକାଉଣ୍ଟ ମଧ୍ୟରୁ ୯୫ ପ୍ରତିଶତ ଆକାଉଣ୍ଟକୁ ଅନଧିକାର ଭାବରେ ଅଧିକ ମେସେଜ୍ ପଠାଇବା କାରଣରୁ ବନ୍ଦ କରାଯାଇଛି। ଏହାକୁ ସ୍ପାମ ଭାବରେ ଅଭିହିତ କରାଯିବା ପରେ ହ୍ୱାଟ୍ସଆପ୍ ଏହି ପଦକ୍ଷେପ ଗ୍ରହଣ କରିଛି।

ଉଲ୍ଲେଖଯୋଗ୍ୟ ଯେ, ମାସକୁ ସମଗ୍ର ବିଶ୍ୱରେ ୮୦ ଲକ୍ଷ ହ୍ୱାଟ୍ସଆପ୍ ଆକାଉଣ୍ଟ ବନ୍ଦ ଅଥବା ଅଚଳ କରାଯାଇଥାଏ। ଆସନ୍ତା ୩୦-୪୫ ଦିନ ମଧ୍ୟରେ ହ୍ୱାଟ୍ସଆପ ନିଜର ସ୍ୱତନ୍ତ୍ର ଗାଇଡ ଲାଇନ ଆଣିବ ବୋଲି କୁହାଯାଇଛି।