ଭୁବନେଶ୍ୱରରେ ଲଞ୍ଚ ହେଲା ଭି କେୟାର ୟୁ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱରର ସ୍ୱାସ୍ଥ୍ୟଭିତ୍ତିକ ଷ୍ଟାର୍ଟଅପ୍ ସଂସ୍ଥା ଭି କେୟାର ୟୁ ଲଞ୍ଚ ହୋଇଛି। ଆନୁଷ୍ଠାନିକ ଭାବେ ଏହାର ପରିଚାଳନାର ଶୁଭାରମ୍ଭ କରାଯାଇଛି। ଏହାର ମୋବାଇଲ୍ ଆପ୍ ଜରିଆରେଡାକ୍ତର, ନର୍ସ, ପାରାମେଡିକ୍‌ଷ୍ଟାଫ୍‌, ଫିଜିଓଥେରାପି, ଔଷଧ ଇତ୍ୟାଦି ପ୍ରଦାନ କରି ଘର ପାଖ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି କମ୍ପାନି ଲକ୍ଷ୍ୟ ରଖିଛି।

ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଭିକେୟାରୟୁ ଆପ୍‌କୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଏଚ୍‌ଆର୍‌ସିସିର ନିର୍ଦେଶକ ଡକ୍ଟର ଲଲାଟେନ୍ଦୁ ଷଡ଼ଙ୍ଗୀ, ଅଭିନେତ୍ରୀ ଅନୁ ଚୌଧୁରୀ, ସହ ପ୍ରତିଷ୍ଠାତା ଓ ନିର୍ଦେଶକ ବିନୋଦ ଅଗ୍ରୱାଲ୍‌, ନିର୍ଦେଶିକା ରାଧା ଅଗ୍ରୱାଲ୍ ପ୍ରମୁଖ ଉପସ୍ଥିତ ଥିଲେ। ୧୦୦ ଡାକ୍ତର, ୨୦୦ ନର୍ସ, ୧୫୦ ଫିଜିଓ ଥେରାପି, ୧୫୦ ଫାର୍ମାସିଷ୍ଟଙ୍କ ଟିମ୍ ଓ ଏନଏବିଏଲ୍ ସ୍ୱୀକୃତିପ୍ରାପ୍ତ ଲ୍ୟାବ୍‌୍ ସେବା ପ୍ରଦାନ କରୁଛନ୍ତି।

ଡକ୍ଟର ସୁନିଲ ଅଗ୍ରୱାଲ୍‌ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାରେ ନୂଆଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲ୍‌ର ଡକ୍ଟର ପୱନ ଗୁପ୍ତା, କୋଲକାତାର ଏସଜିସିସିଆରଆଇର ଡକ୍ଟର ଅର୍ଣ୍ଣବ ଗୁପ୍ତା, ନଭି ମୁମ୍ବାଇ ଆପୋଲୋର ଡକ୍ଟର ଶିଶିର ସେଟ୍ଟି, ନୂଆଦିଲ୍ଲୀ ଆରଜିସିଆଇର ଡକ୍ଟର ସୁମିତ ଗୋୟଲ, ଭୁବନେଶ୍ୱର ଆମ୍ରିର ଡକ୍ଟର ସୁଶାନ୍ତ ପାଇକରାୟ, ଭୁବନେଶ୍ୱର ଏମ୍‌ସର ଡକ୍ଟର ମାଧବାନନ୍ଦ କର, କଟକ ଏଏଚଆରସିସିର ଡକ୍ଟର ସୁରେନ୍ଦ୍ରନାଥ ସେନାପତି, ଭୁବନେଶ୍ୱରର ଡକ୍ଟର ସୁକଦେବ ନାୟକ ଓ ଭୁବନେଶ୍ୱର ସ୍ପର୍ଶ ହସ୍ପିଟାଲ୍‌ର ଡକ୍ଟର ଘନଶ୍ୟାମ ବିଶ୍ୱାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।