ସେଞ୍ଚୁରୀ ଏଲଇଡିର ବ୍ରାଣ୍ଡ୍‍ ଆମ୍ବାସାଡର ହେଲେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସେଞ୍ଚୁରୀ ଏଲଇଡି ଲିଃ କିମ୍ବଦନ୍ତୀ କ୍ରିକେଟ ତାରକା ଏବଂ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଏହାର ମ୍ୟାଜିକ ବର୍ଗର ଏଲଇଡି ଲାଇଟିଂ ଉତ୍ପାଦସମୂହ ପାଇଁ ବ୍ରାଣ୍ଡ୍‍ ଆମ୍ବାସାଡର ଭାବେ ଚୁକ୍ତିବଦ୍ଧ କରିଛି। ଅତ୍ୟନ୍ତ ଲୋକପ୍ରିୟ ପୂର୍ବତନ ଅଧିନାୟକଙ୍କ ସହିତ ବ୍ରାଣ୍ଡ୍‍ର ସହଭାଗିତା ବ୍ରାଣ୍ଡ୍‍କୁ ଅଧିକ ମଜଭୁତ ଭାବରେ ସ୍ଥାନିତ କରିବାରେ ସହାୟତା କରିବ ବୋଲି ଆଶା କରାଯାଉଛି। ସେଞ୍ଚୁରୀ ଏଲଇଡି ଲିମିଟେଡ ଭାରତରେ ଏଲଇଡି ଲାଇଟସମୂହର ଏକ ଅଗ୍ରଣୀ ଉତ୍ପାଦନକାରୀ ଯାହା ମ୍ୟାଜିକ ଅନନ୍ୟ ଉତ୍ପାଦଗୁଡିକର ଏକ ସମ୍ଭାର ଯୋଗାଇଦେଉଛି, ଯାହାର ସ୍ୱତନ୍ତ୍ର ଔଜ୍ଜ୍ୱଲ୍ୟ ରହିଛି।