ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିବାକୁ ଧମକ ଦେଲା ଆଇଏସଆଇଏସ କଶ୍ମୀର

ନୂଆଦିଲ୍ଲୀ: ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କଶ୍ମୀର’ ଜୀବନରୁ ମାରିବାକୁ ଧମକ ଦେଇଛି। ଏନେଇ ଗମ୍ଭୀର ଦିଲ୍ଲୀ ପୁଲିସକୁ ଜଣାଇଛନ୍ତି। ଧମକଯୁକ୍ତ ଏକ ଇ-ମେଲ୍ ମଧ୍ୟ ଗମ୍ଭୀର ସେୟାର କରିଛନ୍ତି। ସୂଚନା ମିଳିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଦେଇଛି। ଏଥିସହିତ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବଢ଼ାଯାଇଥିବା ଡିସିପି ସେଣ୍ଟ୍ରାଲ ଶ୍ୱେତା ଚୌହାନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କ୍ରିକେଟରରୁ ରାଜନେତା ସାଜିଥିବା ଗୌତମ ଗମ୍ଭୀର ସର୍ବଦା ରୋକଠୋକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି। ସେ ସବୁ ଗମ୍ଭୀର ପ୍ରସଙ୍ଗରେ ନିଜ ମତାମତ ରଖିଥାନ୍ତି। ଗମ୍ଭୀର ପୂର୍ବରୁ ମଧ୍ୟ ବହୁବାର ଆତଙ୍କବାଦ ବିରୋଧରେ ବୟାନ ଦେଇଛନ୍ତି।