ପିକ୍‌ନିକ୍‌ ସାରି ଫେରୁଥିଲେ, ଅଧାରାସ୍ତାରେ ବୋଲେରୋକୁ ପିଟିଲା ଟ୍ରକ ; ଘଟଣାସ୍ଥଳରେ ୩ ମୃତ, ୫ ଗୁରୁତର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଏନଏଚ ୫୭ରେ ସଡ଼କ ଦୁର୍ଘଟଣା। ବୋଲେରୋକୁ ପିଟିଲା ଟ୍ରକ। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, କୁଡ଼ସିଙ୍ଗା କଲେଜର ପୂର୍ବତନ ଛାତ୍ର ଗତ ସୋମବାର ଦିନ ସୁନ୍ଦରଗଡ ଖଣ୍ଡାଧାରକୁ ବଣ ଭୋଜି ପାଇଁ ଯାଇଥିଲେ। ତେବେ ଆଜି ସେଠାରୁ ଫେରୁଥିବା ସମୟରେ ରଣ୍ଡାଛକ ଠାରେ ବୋଲେରକୁ ସାମ୍ନାରୁ ପିଟିଥିଲା ଟ୍ରକ। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଜଣକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଉ ୨ ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବଲାଙ୍ଗିର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।