୫ପୈସା ଡଟ୍ କମ୍‌ର ଗ୍ରାହକ ସଂଖ୍ୟା ୨୦ ଲକ୍ଷ ଟପିଲା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତର ଏକମାତ୍ର ତାଲିକାଭୁକ୍ତ ଡିସ୍‌କାଉଣ୍ଟ୍ ବ୍ରୋକର୍ ୫ପୈସା ଡଟ୍ କମ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ସ୍ଥାପନା ହେବାର ୫ ବର୍ଷ ମଧ୍ୟରେ ଏହାର ସଂଖ୍ୟା ୨୦ ଲକ୍ଷ ମାଇଲ୍‌ଖଣ୍ଟ ଅତିକ୍ରମ କରିଛି। ଏହା ୫ପୈସା ଡଟ୍ କମ୍‌କୁ ଭାରତର ଅନ୍ୟତମ ସର୍ବବୃହତ ବ୍ରୋକର୍‌ରେ ପରିଣତ କରିଛି।

ପ୍ରକାଶ୍ ଗଗ୍‌ଦାନି, ସିଇଓ,୫ପୈସା ଡଟ୍ କମ୍ କହିଛନ୍ତି ଯେ, “ଏହି ତଥ୍ୟ ଆମ ଗ୍ରାହକ ସଂଗ୍ରହର ଦ୍ରୁତ ଗତିରେ ପ୍ରତିଫଳିତ ହୋଇଛି। ୨୦୧୬ରେ ମାସିକ ଗ୍ରାହକ ସଂଗ୍ରହ ୧୦୦୦ ଥିବା ବେଳେ ଏବେ ହାରାହାରି ମାସିକ ହାର ୧,୨୫,୦୦୦ ରହିଛି। ୨୦୨୧ ସେପ୍ଟେମ୍ବରରେ ଶେଷ ହୋଇଥିବା ତ୍ରୟମାସରେ କମ୍ପାନୀ ସର୍ବକାଳୀନ ସର୍ବାଧିକ ତ୍ରୟମାସିକ ୩.୪ ଲକ୍ଷ ଗ୍ରାହକ ସଂଗ୍ରହ କରିଛି।’’