ମେଡିକାର ଇକ୍‌ମୋ ଚିକିତ୍ସାର ସଫଳତା

କୋଲକାତା,ଏଜେନ୍ସି: ପୂର୍ବ ଭାରତର ସର୍ବବୃହତ ବେସରକାରୀ ହସ୍‌ପିଟାଲ ଶୃଙ୍ଖଳ ମେଡିକା ସୁପରସ୍ପେଶାଲିଟି ହସ୍‌ପିଟାଲ ନିଜର ଇକ୍‌ମୋ ସମର୍ଥନକାରୀ ଚିକିତ୍ସା ଜରିଆରେ ଅତ୍ୟନ୍ତ ଜଟିଳ ଅବସ୍ଥାରେ ଥିବା ଜଣେ ରୋଗୀଙ୍କୁ ନୂଆ ଜୀବନ ଦାନ ଦେଇ ରୋଗୀ ଚିକିତ୍ସା କ୍ଷେତ୍ରରେ ଆଉ ଏକ କୀର୍ତ୍ତମାନ ସ୍ଥାପନ କରିଛି। ସୂଚନାଯୋଗ୍ୟ ଯେ ଏହା କୋଭିଡ-୧୯ ସମୟରେ ଉଚ୍ଚତର ୫୦% ରୋଗୀ ବଞ୍ଚାଇବାରେ ଜାତୀୟସ୍ତରର ସୁଖ୍ୟାତି ହାସଲ କରିସାରିଛି।

ଇକ୍‌ମୋ ଅତ୍ୟନ୍ତ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ପରିସ୍ଥିତିରେ ବ୍ୟବହାର କରାଯାଏ ଏବଂ ଚଳିତ ସମୟରେ ଏହାକୁ କୋଭିଡ-୧୯, ଏଆରଡିଏସ୍‍ ଏବଂ ଅନ୍ୟାନ୍ୟ ସଂକ୍ରାମକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଉଛି। ସମ୍ପ୍ରତି ମେଡିକାରେ ଭାରତର ସର୍ବବୃହତ ଇକ୍‌ମୋ ସୁବିଧା ରହିଛି। ମେଡିକା ଇନଷ୍ଟିଚ୍ୟୁଟ ଅଫ୍ କାର୍ଡିଆକ ସାଇନ୍ସେସର ସିନିୟର ଭାଇସ ଚେୟାରମ୍ୟାନ୍‌, ସିନିୟର କାର୍ଡିଆକ ସର୍ଜନ ଏବଂ ମୁଖ୍ୟ ଡା. କୁନାଲ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡା. ଅର୍ପଣ ଚକ୍ରବର୍ତ୍ତୀ ଓ ଡା. ଦୀପାଞ୍ଜନ ଚାଟାର୍ଜୀଙ୍କ ନେତୃତ୍ୱରେ ପରିଚାଳିତ ଇକ୍‌ମୋ ଟିମ୍‍ ଦେବଲାଲ ପଣ୍ଡିତ ଏବଂ ତାଙ୍କ ସହିତ ଉଚ୍ଚ କୁଶଳୀ ଟେକ୍‍ନିସିଆନ ଏବଂ ସେବିକାମାନେ ରୋଗୀଙ୍କ ଜୀବନ ବଞ୍ଚାଇବା ସୁନିଶ୍ଚିତ କରିଥିଲେ ଏବଂ ସେ ଭାରତର ଦୀର୍ଘାବଧି ଇକ୍‌ମୋ ଚିକିତ୍ସାରେ ବଞ୍ଚିଥିବା ବ୍ୟକ୍ତି ହୋଇପାରିଛନ୍ତି।