ଏସସିବିରେ ପହଞ୍ଚିଲା ୪ଟି ଏକମୋ ମେସିନ

  • କଟକ: ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍ମୋ ମେସିନ। ଏହାକୁ ମିଶାଇ ୩ଟି ପର୍ଯ୍ୟାୟରେ ଆସିଲା ମୋଟ ୯ଟି ଏକମୋ ମେସିନ । ଏଥିପାଇଁ ଆବଶ୍ୟକ ବୈଷୟିକ ଟିମ୍କୁ ଚୟନ କରାଯାଇ ସେମାନଙ୍କୁ ଏବେ କୋଲକାତାକୁ ଟ୍ରେନିଂ ପାଇଁ ପଠାଯାଇଛି। ପରେ ଏହିସବୁ ମେସିନକୁ ଲଗାଯାଇ ଅଗଷ୍ଟ ୧୫ରେ ଉଦଘାଟନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ଫଳରେ ଅତି ଗୁରୁତର ତଥା ଆବଶ୍ୟକ ରୋଗୀ ମାଗଣାରେ ଏସସିବିରେ ଏକମୋ ଚିକିତ୍ସା ପାଇପାରିବେ। ସୂଚନାଯୋଗ୍ୟ ଯେ, କରୋନା ଦ୍ୱିତୀୟ ଲହରରେ ଲୋକେ ବିଶେଷଭାବେ ଫୁସଫୁସ୍ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଚିକିତ୍ସା ଦିଗରେ ଏକମୋ ବେଶ ଫଳପ୍ରଦ ହୋଇଥିବାବେଳେ ଏଥିଲାଗି ବାହାର ରାଜ୍ୟକୁ ଲୋକଙ୍କୁ ଯିବାକୁ ପଡ଼ୁଥିଲା। ଏଣୁ ଏହି ସୁବିଧାକୁ ରାଜ୍ୟରେ ଯୋଗାଇଦେବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ବିଦେଶରୁ ଏହି ମେସିନ୍ ଆମଦାନୀ କରିଛନ୍ତି। ଯାହାଫଳରେ ଲୋକେ ଫୁସଫୁସ୍ଜନିତ ରୋଗର ଚିକିତ୍ସା ସହଜରେ କରାଇପାରିବେ।