ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏଁ ବଢ଼ିଲା ଲକଡାଉନ ଅବଧି

  • କୋଲକାତା: ପଶ୍ଚିମବଙ୍ଗରେ ପୁଣି ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଅଗଷ୍ଟ ୧୫ ଯାଏ ରାଜ୍ୟରେ ଲକ୍ଡାଉନ୍କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ପ୍ରତିବନ୍ଧକ ଜୁଲାଇ ୩୦ ଯାଏଁ ଲାଗୁ ହୋଇଥିଲା। ରାଜ୍ୟରେ କୋଭିଡ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାତି ୯ ଟା ରୁ ସକାଳ ୫ ଟା ମଧ୍ୟରେ ଜନସାଧାରଣ ଏବଂ ଯାନବାହାନ ଚଳାଚଳ ଉପରେ କଟକଣା ଜାରି ରହିବ। ନାଇଟ୍ କର୍ଫ୍ୟୁ ସମୟରେ ସମୟରେ ସ୍ୱାସ୍ଥ୍ୟ ଏବଂ ଜରୁରୀକାଳୀନ ସେବା, ଆଇନଶୃଙ୍ଖଳା ୁଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଅନୁମତି ରହିଛି। ତେବେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ବାବଦରେ ଆଲୋଚନା କରିଥିଲେ। ଗୁରୁବାର ବୃଦ୍ଧି ହୋଇଥିବା ଲକ୍ଡାଉନ୍ ଅବଧି ସମୟରେ କେବଳ ୫୦ ପ୍ରତିଶତ ଲୋକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।