ରାଜଧାନୀରେ ୧୯୭ ଆକ୍ରାନ୍ତ, ୧୮୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୧୯୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୬ଜଣ ଓ ସ୍ଥାନୀୟ ସଂକ୍ରମଣ ୧୫୧ଜଣ ରହିଛନ୍ତି। ଅନ୍ୟପଟେ ୧୮୫ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪ହଜାର ୪୯୨ ହୋଇଥିବାବେଳେ ୧ଲକ୍ଷ ୩୪୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୯୭୮ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୧୫୩ଜଣ ଚିକିତ୍ସିତ ହେଉଛନ୍ତି।