‘ସୁପର ଡ୍ୟାନ୍ସର’ ସେଟକୁ ଫେରିଲେ ଶିଳ୍ପା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୁଣିଥରେ ‘ସୁପର ଡ୍ୟାନ୍ସର’ ଶୋ’କୁ ଫେରିଛନ୍ତି। ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶୋ’ରୁ ଗାୟବ ହୋଇ ଯାଇଥିଲେ। ଶିଳ୍ପାଙ୍କ ସ୍ଥାନରେ ପ୍ରତି ସପ୍ତାହ ଅନେକ ଅତିଥି ଜଜ୍ ନଜର ଆସିଥିଲେ। କିନ୍ତୁ ଏବେ ଶିଳ୍ପା ପୁଣିଥରେ ପୁରୁଣା ଅନ୍ଦାଜରେ ଶୋ’କୁ ଫେରିବାକୁ ଯାଉଛନ୍ତି। ଇଣ୍ଡିଆନ ଆଇଡଲ ବିଜେତା ପୱନଦୀପ ରାଜନଙ୍କ ସହ ଶିଳ୍ପା ଆଗାମୀ ଏପିସୋଡର ସୁଟିଂ ଶେଷ କରିଛନ୍ତି।

ସୂଚନାଯୋଗ୍ୟ, ସୁପର ଡ୍ୟାନ୍ସର ନିର୍ମାତା ଶିଳ୍ପାଙ୍କୁ ଶୋ’ରୁ ରିପ୍ଲେସ କରିବେ ବୋଲି ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଶିଳ୍ପା ଶୋ’କୁ ଫେରି ସବୁ ଖବରକୁ ଭୁଲ ପ୍ରମାଣିତ କରିଛନ୍ତି।