ଆଜି ସୁସ୍ଥ ହେଲେ ୮୪୫ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮୪୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୮୧ହଜାର ୩୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୫୪, କଟକରୁ ୧୧୫, ଯାଜପୁରରୁ ୬୦, ଷ୍ଟେଟପୋଲରୁ ୫୧, ବାଲେଶ୍ୱରରୁ ୪୪, କେନ୍ଦ୍ରାପଡ଼ାରୁ ୪୨, ଜଗତସିଂହପୁରରୁ ୩୭, ପୁରୀରୁ ୩୨, ଅନୁଗୁଳ ଓ ଭଦ୍ରକରୁ ୩୦ ଲେଖାଏଁ ଓ ନୟାଗଡ଼ ଜିଲ୍ଲାରୁ ୨୮ଜଣ ରହିଛନ୍ତି। ସେହିପରି ମୟୁରଭଞ୍ଜରୁ ୨୫, କେଉଁଝରରୁ ୧୭, ସମ୍ବଲପୁରରୁ ୧୨, କଳାହାଣ୍ଡିରୁ ୧୧, ଢେଙ୍କାନାଳରୁ ୯, ବରଗଡ଼ ଓ ସୁନ୍ଦରଗଡ଼ରୁ ୮ ଲେଖାଏଁ, ରାୟଗଡ଼ାରୁ ୭, ଗଞ୍ଜାମ ଓ ନୂଆପଡ଼ାରୁ ୫ ଲେଖାଏଁ, ଦେଓଗଡ଼ରୁ ୪, ଗଜପତିରୁ ୩, ଝାରସୁଗୁଡ଼ା,କନ୍ଧମାଳ ଓ କୋରାପୁଟରୁ ୨ ଲେଖାଏଁ, ବଲାଙ୍ଗିର ଓ ମାଲକାନଗିରିରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୭ହଜାର ୧୪୬ ହୋଇଥିବାବେଳେ ୯ଲକ୍ଷ ୮୧ହଜାର ୩୧୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭ହଜାର ୮୬ଜଣଙ୍କର ମୃତ୍ୟୁ ଘଟିଛି ଓ ୮ହଜାର ୬୯୧ଜଣ ଚିକିତ୍ସିତ ହେଉଛନ୍ତି।