ଦ୍ୱାଦଶ ଜାତୀୟ ଭୋବିନାମ ମାର୍ଶିଆଲ ଆର୍ଟ ଚାମ୍ପିୟାନସିପ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦ୍ୱାଦଶ ଜାତୀୟ ଭୋବିନାମ ମାର୍ଶିଆଲ ଆର୍ଟ ଚାମ୍ପିୟାନସିପ ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଶାଲିମାର ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାରା ଭାରତର ୧୬ଟି ରାଜ୍ୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସଂଘର ରାଜ୍ୟ ଶାଖା ତଥା ଜାତୀୟ କୋଚ ଦୀପ୍ତି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ୩ଜଣ ପ୍ରତିଯୋଗୀ ଓ ୪ଜଣ ଅଧିକାରୀ ଯୋଗ ଦେଇଥିଲେ । ସମସ୍ତ ପ୍ରତିଯୋଗୀ ନିଜ ନିଜ ବିଭାଗରେ କୃତିତ୍ୱ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସାଇ ସତ୍ୟମ ସେଠୀ ୫୫ କେଜିରୁ ଊର୍‌ଦ୍ଧ୍ୱ ବିଭାଗରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ପାଇଥିବାବେଳେ ୩୩ କେଜିରୁ କମ୍ ବିଭାଗରେ ବିଶ୍ୱରଞ୍ଜନ ଦାସ ରୌପ୍ୟ ପଦକ ପାଇଥିଲେ । ସେହିପରି ବରିଷ୍ଠ ପୁରୁଷ ବିଭାଗରେ ଏସ୍‌. ମୁରଲିଶଙ୍କର ରୌପ୍ୟ ପଦକ ପାଇଥିଲେ । ଏହି ଅବସରରେ ଜାତୀୟ କୋଚ ଦୀପ୍ତି ରଞ୍ଜନ ମହାପାତ୍ରଙ୍କୁ ଜାତୀୟ ସ୍ତରରେ ଆତ୍ମରକ୍ଷା କୌଶଳ କ୍ଷେତ୍ରକୁ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଡାକ୍ତର ସୁବିର କୁମାର ବିଶ୍ୱାସ, ମନୋଜ କୁମାର ନାୟକ, ଏସ ମୁରଲିଶଙ୍କର ଓ ନସିମ ଲ୍ଲିକଙ୍କୁ ବ୍ଲାକ ବେଲ୍ଟ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଓଡ଼ିଶା ଦଳ ଫଲକନୁମା ଯୋଗେ ଭୁବନେଶ୍ୱର ରେଳ ଷ୍ଟେସନ ପହଞ୍ଚିବା ପରେ ସେମାନଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା