ଲୋକ କଳାକାରଙ୍କ ପାରିଶ୍ରମିକ ବଢ଼ିଲା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକ କଳାକାରଙ୍କ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି । ଏହିକ୍ରମେ ଦିନକରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦାସକାଠିଆ, ପାଲା, ଘୋଡ଼ାନାଚ ତଥା ଲୋକସଂଗୀତ ପାଇଁ ବୃଦ୍ଧି ପାଇଛି । ଏଣିକି ଦାସକାଠିଆ ପାଇଁ ୨୪୦୦ ଟଙ୍କା, ପାଲା ପାଇଁ ୬,୪୦୦ ଟଙ୍କା, ଘୋଡ଼ାନାଚ, ଲୋକନୃତ୍ୟ ଓ ଲୋକସଙ୍ଗୀତ ପାଇଁ ୯ ହଜାର ଟଙ୍କା ମିଳିବ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପାରିଶ୍ରମିକ ବୃଦ୍ଧି ହୋଇଛି ।