ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହିଂସା, ୧୩ ମୃତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ଏହି ସମୟରେ ବ୍ୟାପକ ହିଂସା ଯୋଗୁ ଜଣେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ କାଲି ରାତିରୁ ଆଜି ପର୍ଯ୍ୟନ୍ତ ୧୩ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଛି ।

ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନିର୍ବାଚନ ଘୋଷଣା ସହ ହିଂସା ଆରମ୍ଭ ହୋଇଯାଏ । ନିର୍ବାଚନ ଜିତିବା ପାଇଁ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୌଣସି ସ୍ତରକୁ ଯାଇପାରନ୍ତି । ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗ ହିଂସା ଉପରେ କାହିଁକି କିଛି କହୁନାହାନ୍ତି । ରାହୁଲ ଓ ମମତାଙ୍କୁ ହାତ ମିଳାଇବାକୁ କେଉଁ କାରଣ ବାଧ୍ୟ କରୁଛି ।