ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀପତ୍ର ଦାଖଲ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ୮ଟି ଜୋନ ଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅଫିସରେ ଭିଡ଼ ଜମୁଛି । ଆଜି ନାମାଙ୍କନ ଦାଖଲର ୪ର୍ଥ ଦିନରେ ମୋଟ ୮ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାଯାଇଛି । ସେଥିମଧ୍ୟରୁ କଂଗ୍ରେସର ୬ଟି, ବିଜେପି ଓ ବିଜେଡି ଗୋଟିଏ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ ତରଫରୁ ଜୋନ ନଂ ୩ରେ ସୁଷମା ବାରିକ, ଜୋନ ନଂ ୪ରେ ସୁଶୀଲ ମାଝୀ,୧୫ ନଂ ଜୋନରେ ପଦ୍ମିନୀ ସୁନା,୨୪ନଂ ଜୋନରେ ମହେନ୍ଦ୍ର ବିରହା,୨୫ନଂ ଜୋନରେ ମଙ୍ଗଳା ଧରୁଆ ଓ ୨୬ନଂ ଜୋନରେ ନିଲାବତୀ ତାଣ୍ଡି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବିଜେଡି ତରଫରୁ ଜୋନ ନଂ ୨୬ ପାଇଁ ଯମୁନା ରଣା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପି ତରଫରୁ ଜୋନ ନଂ ୨୫ ପାଇଁ ଶବ୍ଦ ମିର୍ଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ମିଳିଛି । ଏହି ଅବସରରେ ପୂର୍ବତନ ଜିଲ୍ଲା ସଭାପତି ତଥା ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ଓ ଶୋଭାକର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସମର୍ଥକମାନେ ମଧ୍ୟ ଉପସ୍ଥିତ ଥିଲେ ।