ନବରଙ୍ଗପୁରରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ନବରଙ୍ଗପୁର,ଏନ୍‌ଏନଏସ୍‌: ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଦିନିକିଆ ନବରଙ୍ଗପୁର ଗସ୍ତ କରିଛନ୍ତି । ଜିଲ୍ଲାର ଉମରକୋଟରେ ବିଭିନ୍ନ ଦଳିୟ କାର୍ଯ୍ୟକ୍ରମରେ ଯୋଗଦେଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହିଁ ମୋଦିଜୀଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି । କାର୍ଯ୍ୟକର୍ତ୍ତା ସମ୍ମିଳନୀ, ବଣିକ ସଂଘ ବୈଠକ, ଲାଭାର୍ଥୀ ସମ୍ମିଳନୀ ଓ ଘର ଘର ଜନ ସମ୍ପର୍କ କାର୍ଯ୍ୟକ୍ରମରେ ଶ୍ରୀ ଶର୍ମା ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପର୍ଶୁରାମ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବରିଷ୍ଠ ସଂଖ୍ୟାଲଘୁ ନେତା କାଜମ ମଦାନୀ, ବିଜେପି ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ ଓ ବିଜେପି ନେତା ଗୌରୀ ଶଙ୍କର ମାଝୀଙ୍କ ସମେତ ବହୁ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।