ଜିଲ୍ଲା ରେଡକ୍ରସ୍ ପକ୍ଷରୁ କମ୍ବଳ ବଣ୍ଟନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଶାଖା ରେଡକ୍ରସ୍ ସୋସାଇଟି ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳ ତଥା ରେଡକ୍ରସ୍ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ସିନ୍ଧିଗୁଡ଼ାସ୍ଥିତ ଉତ୍କଳ ବାଳାଶ୍ରମ, ନବରଙ୍ଗପୁରସ୍ଥିତ ଆଶାକିରଣ ଓ ପଡ଼ାଲଗୁଡ଼ାସ୍ଥିତ ଦିନଦୟାଲ ଉପାଧ୍ୟାୟ ଅନ୍ତେବାସୀଙ୍କୁ କମଳ ବଣ୍ଟାଯାଇଛି । ପ୍ରକାଶଥାଉ କି, ରାଜ୍ୟ ରେଡକ୍ରସ୍ ସୋସାଇଟି ପକ୍ଷରୁ ଗରିବ ଲୋକଙ୍କୁ ବାଣ୍ଟିବା ପାଇଁ ୨ଶହ କମଳ ନବରଙ୍ଗପୁରକୁ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରେଶମ ଲାଲ ନାୟକ, କନିଷ୍ଠ ରେଡକ୍ରସ୍ ସମ୍ପାଦକ ପ୍ରଭାତ ପଟ୍ଟନାୟକ, ବି କମଳାକାନ୍ତ ରାଉତ, ପ୍ରକାଶିନୀ ଚୌଧୁରୀ, ଅନିନ୍ଦ୍ୟା ନନ୍ଦ, ତପସ୍ୱିନୀ ବେହେରା, ଅତିରିକ୍ତ ଜିଲ୍ଲା ଜୁନିୟର ରେଡକ୍ରସ୍ ଅଧିକାରୀ ନାରାୟଣ ପାଇକରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶିବାନୀ ଗୁହା, ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ନନ୍ଦାହାଣ୍ଡି ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରୀ ସସ୍ମିତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଓ ଅଧ୍ୟକ୍ଷ ଆଶାକିରଣ ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀକାଳୀନ ବିଭାଗର ବରିଷ୍ଠ ସହାୟକ ତ୍ରିପତି ବାଲାଜୀ ସାହୁ ପରିଚାଳନା କରିଥିଲେ ।