ଆସିଲା ଓମିକ୍ରନ୍ ଭ୍ୟାରିଏଣ୍ଟର ନୂଆ ଲକ୍ଷଣ

ନୂଆଦିଲ୍ଲୀ: ଓମିକ୍ରନ୍ ମାମଲା ଲଗାତାର ଭାବେ ବଢ଼ୁଥିବାବେଳେ ନୂଆ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଓମିକ୍ରନ୍ ଆକ୍ରାନ୍ତ ରୋଗୀଙ୍କଠାରେ ଆଖି ସହ ଜଡ଼ିତ କିଛି ସମସ୍ୟା ଦେଖିବାକୁ ମିଳିଛି । ଡବ୍ଲ୍ୟୁଏଚଓ ମଧ୍ୟ ଆଖି ସହ ଜଡ଼ିତ କିଛି ସମସ୍ୟା ସମ୍ବନ୍ଧରେ ସୂଚନା ପ୍ରଦାନ କରିଛି ।

ଓମିକ୍ରନ୍ ସଂକ୍ରମିତ ରୋଗୀଙ୍କଠାରେ ଆଖି ଲାଲ ପଡ଼ିବା, କମ୍ ଦିଶିବା, ଆଖି ପୋଡ଼ାଜଳା ହେବା, ଆଖିରୁ ପାଣି ବାହାରିବା, ଆଖିର ଧଳା ଅଂଶ ଓ ପଲକ ଫୁଲିବା ଆଦି ସମସ୍ୟା ଦେଖା ଦେଇପାରେ । କିନ୍ତୁ ଏହାର ଅର୍ଥ ନୁହେଁ କି ଆଖି ସହିତ ଜଡ଼ିତ ସବୁ ସମସ୍ୟା କରୋନା ହିଁ ହୋଇଥିବ । ଅନେକ ସମୟରେ ପ୍ରଦୂଷଣ, ଥଣ୍ଡା ଓ କିଛି ଅନ୍ୟ କାରଣରୁ ଆଖିରେ ସମସ୍ୟା ଦେଖା ଦେଇଥାଏ ।