୧୧ ରାଜ୍ୟରେ ୫୦ ହଜାରରୁ ଉର୍‌ଦ୍ଧ୍ୱ ସକ୍ରିୟ ମାମଲା: ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ଚତୁର୍ଥ ଲହରୀ ଜାରି ରହିଛି । ଗତ ସପ୍ତାହକ ମଧ୍ୟରେ ଦୈନିକ ୨୯ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ରାଜେଶ ଭୂଷଣ କହିଛନ୍ତି ଯେ, ଭାରତରେ ବର୍ତ୍ତମାନ ସମୟରେ ୧୯ଲକ୍ଷ ସକ୍ରିୟ ମାମଲା ରହିଛି । ୧୧ଟି ରାଜ୍ୟରେ ୫୦ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ସର୍ବାଧିକ ସକ୍ରିୟ ମାମଲା ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡ଼ୁରେ ରହିଛି ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆହୁରି କହିଛନ୍ତି ଯେ, ଗତ ସପ୍ତାହକ ମଧ୍ୟରେ ଦୈନିକ ପାଖାପାଖି ୨ଲକ୍ଷ ୭୧ହଜାର ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ହାର ୧୬ ପ୍ରତିଶତରେ ପହଂଚିଛି । ଗତ ୨୪ ଘଣ୍ଟାରେ ୩ଲକ୍ଷ ୧୭ହଜାର ମାମଲା ସାମ୍ନାକୁ ଆସିଛି । ଜାନୁଆରୀ ୧ରେ ମାତ୍ର ୨୨ ହଜାର ମାମଲା ରେକର୍ଡ କରାଯାଇଥିଲା । ଗତ ୪ ଦିନରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ ଓ ଦିଲ୍ଲୀରେ କରୋନା ମାମଲା ଖୁବ୍ ବଢ଼ିଛି ।