ନରସିଂହ ତ୍ରିପାଠୀ ସଭାପତି ଓ ହରି ନାରାୟଣ ବେହେରା ଉପସଭାପତି ମନୋନୀତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଓଲିଲ ସଂଘ ନିର୍ବାଚନରେ ପଞ୍ଚମଥର ପାଇଁ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ନରସିଂହ ତ୍ରିପାଠୀ ଓ ୬ଷ୍ଠ ଥର ପାଇଁ ଉପସଭାପତି ଭାବେ ବରିଷ୍ଠ ଆଇନଜୀବୀ ହରି ନାରାୟଣ ବେହେରା ମନୋନୀତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ଜେନେରାଲ ବଡି ବୈଠକରେ ସର୍ବସମ୍ମତିକ୍ରମେ ନିର୍ଦନ୍ଦ୍ୱରେ ମନୋନୀତ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ପ୍ରକାଶିତ ତାଲିକା ଅନୁଯାୟୀ,ସଭାପତି ରୂପେ ନରସିଂହ ତ୍ରିପାଠୀ, ଉପସଭାପତି ହରିନାରାୟଣ ବେହେରା, ସମ୍ପାଦକ ତପନ ସିଂ, ଯୁଗ୍ମସମ୍ପାଦକ ସନ୍ଦିପ ମିଶ୍ର, କୋଷାଧ୍ୟକ୍ଷ ଅନୀଳ ଦୀନବନ୍ଧୁ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ପ୍ରଶାନ୍ତ ପଟ୍ଟନାୟକ, ସତୀଶ ନାୟକ ଓ ଦୀନେଶ ରାଜ କର୍କରା ବିଜୟୀ ଘୋଷିତ ହୋଇଛନ୍ତି । ପ୍ରକାଶଥାଉ କି, ସର୍ବମୋଟ ୯ଟି ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏକପ୍ରକାର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହୋଇଥିଲା । ଏହି ପଦବୀଗୁଡ଼ିକ ପୂରଣ ପାଇଁ ମାର୍ଚ୍ଚ ୩୦ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ଏହିକ୍ରମେ ୧୧ ଓ ୧୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ୧୪ ତାରିଖ ଏହି ପ୍ରାର୍ଥୀପତ୍ରକୁ ଯାଞ୍ଚ କରାଯିବା ପରେ ୮ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିବା ପରେ କାର୍ଯ୍ୟସୂଚୀ ପ୍ରକାରେ ନୂତନଭାବେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ନିର୍ବାଚନ ଅଧିକାରୀ ସିଏଚ୍ ବାବା ଯୁଗନ୍ଧର ସୂଚନା ପ୍ରଦାନ କରିଛନ୍ତି । ଏହି ନିର୍ବାଚନ ପରିଚାଳନାରେ ସହକାରୀ ନିର୍ବାଚନ ଅଧିକାରୀ ରୂପେ କେ ଚନ୍ଦ୍ର ଶେଖର ରାଓ ଓ ଇମ୍ରନ ସରିଫ ସହଯୋଗ କରିଥିଲେ ।