ବନାରସ-ଲାଚୁଟ ଗାଁରେ ପାଣି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲା ପରିଷଦ ସଭ୍ୟା

ସଇଁନ୍ତଳା,କେରମେଲି,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କେରମେଲି ପଞ୍ଚାୟତ ଲାଚୁଟ-ବନାରସ ଗ୍ରାମରେ ଦୀର୍ଘ ବର୍ଷ ହେବ ଲୋକେ ଦୂଷିତ ପାଣି ବ୍ୟବହାର କରିବା ସହ ସ୍ଥାନୀୟ ନଦୀରୁ ପାଣି ସଂଗ୍ରହ କରି ପିଉଛନ୍ତି। ଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନର ଅବହେଳା ଯୋଗୁ ଲୋକେ ଦୂଷିତ ପାଣି ପିଉ ଥିବାବେଳେ ଏନେଇ ଅନେକ ଥର ସଇଁନ୍ତଳା ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ସାହୁ ସ୍ଥାନୀୟ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସେଥିପାଇଁ ଆଜି ବାଧ୍ୟ ହୋଇ ସରୋଜିନୀ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଅଭିଯୋଗ କରିଛନ୍ତି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଗାମୀ ଦିନରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗ୍ରାମର ଶତାଧିକ ଲୋକ ଆନ୍ଦୋଳନ କରିବେ ବୋଲି ମଧ୍ୟ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସାହୁ ଚେତାବନୀ ଦେଇଛନ୍ତି।