ପାରା ଅଲମ୍ପିକରେ ଭାଗ ନେବାକୁ ଯାଉଥିବା ଆଥଲେଟଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ପାରା ଅଲମ୍ପିକ ୨୦୨୦ରେ ଭାଗ ନେବାକୁ ଯାଉଥିବା ଭାରତୀୟ ପାରା ଆଥଲେଟ ଟିମ୍ ସହ ଭିଡିଓ କନଫ୍ରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ହେବାକୁ ଥିବା ପାରା ଅଲମ୍ପିକ ଖେଳରେ ଭାରତ ତରଫରୁ ୯ଟି ଭିନ୍ନ ଭିନ୍ନ ସ୍ପୋର୍ଟସ ଇଭେଣ୍ଟରେ ୫୪ଜଣ ପାରା ଆଥଲେଟ ଭାଗ ନେବେ। ମୋଦୀ ସମସ୍ତ ଆଥଲେଟଙ୍କୁ ଭଲ ପ୍ରଦର୍ଶନ କରିବା ସହ ଦେଶ ପାଇଁ ଅଧିକରୁ ଅଧିକ ମେଡାଲ ଜିତିବା ପାଇଁ ଶୁଭକାମନା ଜଣାଇଛନ୍ତି। ଅଗଷ୍ଟ ୨୭ରେ ମହିଳା ଓ ପୁରୁଷ ବର୍ଗ ତୀରନ୍ଦାଜୀ ଇଭେଣ୍ଟରୁ ଟୋକିଓ ପାରା ଅଲମ୍ପିକ ୨୦୨୦ରେ ଭାରତ ଅଭିଯାନର ଶୁଭାରମ୍ଭ କରିବ।