କରୋନାରେ ଆଖି ବୁଜିଲେ ଆଉ ୬୮: ସଂଖ୍ୟା ୭ ହଜାର ଟପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୬୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ କଟକରୁ ୧୪, ଜଗତସିଂହପୁର ଓ ଅନୁଗୁଳରୁ ୮ ଲେଖାଏଁ, ଯାଜପୁରରୁ ୭, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ୬ ଲେଖାଏଁ, ଢେଙ୍କାନାଳରୁ ୫, ଭୁବନେଶ୍ୱର, ପୁରୀ ଓ ରାୟଗଡ଼ାରୁ ୩ ଲେଖାଏଁ, ଖୋର୍ଦ୍ଧାରୁ ୨, ସୁନ୍ଦରଗଡ଼ ଓ ମୟୁରଭଞ୍ଜରୁ ଜଣେ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।