କୃଷି ଆନ୍ଦୋଳନକୁ ସମର୍ଥନ କରି ଜନ୍ମଦିନ ପାଳିବେନି ଯୁବରାଜ ସିଂ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। କିନ୍ତୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଯୁବରାଜ ଚଳିତ ବର୍ଷ ଜନ୍ମଦିନ ପାଳିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଯୁବରାଜ କହିଛନ୍ତି ଯେ, କୃଷକଙ୍କ ସମସ୍ତ ଇଚ୍ଛା ଯଥାଶୀଘ୍ର ପୂରଣ ହେଉ। କୃଷକ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଆଲୋଚନାର ସୁଫଳ ମିଳୁ। କୃଷକ ଦେଶର ଜୀବନରେଖା। ଏମିତି କୌଣସି ସମସ୍ୟା ନାହିଁ ଯାହାକୁ ସମାଧାନ କରାଯାଇ ପାରିବ ନାହିଁ। ଆଲୋଚନା ଜରିଆରେ ସମାଧାନର ବାଟ ବାହାରିପାରିବ। ଏଥିସହିତ ତାଙ୍କ ପିତା ଯୋଗରାଜ ସିଂ ଦେଇଥିବା ବୟାନକୁ ଯୁବରାଜ ନିରାଶାଜନକ କହିଛନ୍ତି।

ଯୁବରାଜ ଜନ୍ମଦିନ ଅବସରରେ ସମସ୍ତଙ୍କୁ କରୋନା ଦାଉରୁ ବଂଚିବାକୁ ପରାମର୍ଶ ଦେଇଛନ୍ତି। କରୋନା ଶେଷ ହୋଇନଥିବାରୁ ସମସ୍ତେ ସାବଧାନ ରହିବା ଉଚିତ ବୋଲି ଯୁବରାଜ କହିଛନ୍ତି।