୨୪ ଘଣ୍ଟାରେ ୩୩୫ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୩୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୩ଜଣ ଓ ସ୍ଥାନୀୟ ସଂକ୍ରମଣ ୧୪୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୩ ହଜାର ୩୬୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫୨, ଖୋର୍ଦ୍ଧାରୁ ୩୧, ମୟୁରଭଞ୍ଜରୁ ୨୯, ବାଲେଶ୍ୱରରୁ ୨୬, ଅନୁଗୁଳ ଓ ଝାରସୁଗୁଡ଼ାରୁ ୨୫ ଲେଖାଏଁ, କଟକରୁ ୨୦, ପୁରୀରୁ ୧୫, କେଉଁଝରରୁ ୧୪, ବଲାଙ୍ଗିରରୁ ୧୧ ଓ ସମ୍ବଲପୁରରୁ ୧୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୩ ହଜାର ୩୬୪ ହୋଇଥିବାବେଳେ

୩ଲକ୍ଷ ୧୮ ହଜାର ୨୭୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩୨୩୧ ଜଣ ଚିକିତ୍ସିତ ହେଉଛନ୍ତି ଓ ୧୮୦୨ ଜଣଙ୍କର ମୃତ୍ୟୁ ଘଟିଛି।