ନୂଆଦିଲ୍ଲୀ: ଭାରତରେ ପୂର୍ବରୁ ପ୍ରତିଦିନ ୯୦ ହଜାର ନୂଆ କରୋନା ପଜିଟିଭ ଚିହ୍ନଟ ହେଉଥିବାବେଳେ ତାହା ଏବେ କମି ୩୦ ହଜାରରେ ପହଞ୍ଚିଯାଇଛିି। କିନ୍ତୁ ଏବେସୁଦ୍ଧା ସଙ୍କଟ କମିନାହିଁ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ଟପିଯାଇଛି।
ଦେଶରେ ଗତ୧୩ ଦିନରୁ ଲଗାତାର ଭାବେ ୪୦ ହଜାରରରୁ କମ୍ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ୩୦ ହଜାର ୬ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୪୪୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୩୩ ହଜାର ୪୯୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ମାମଲାରେ ଆମେରିକା, ବ୍ରାଜିଲ, ତୁର୍କୀ ପରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ମୃତ୍ୟୁ ମାମଲାରେ ଅଷ୍ଟମ ସ୍ଥାନରେ ଭାରତ ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ୨୬ ହଜାର ହୋଇଥିବାବେଳେ ୧ଲକ୍ଷ ୪୨ ହଜାର ୬୨୮ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୯୩ଲକ୍ଷ ୨୪ ହଜାର ସୁସ୍ଥ ହୋଇଛନ୍ତି ଓ ୩ଲକ୍ଷ ୬୦ ହଜାର ଲୋକଙ୍କ ଚିକିତ୍ସା ଜାରି ରହିଛି।