ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଖେଳରତ୍ନ

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ଭାରତୀୟ ଖେଳ ପୁରସ୍କାର ଘୋଷଣା କରାଯାଇଛି । ଖେଳ କ୍ଷେତ୍ରରେ ଦିଆଯାଉଥିବା ଭାରତର ସର୍ବୋଚ୍ଚ ପୁରସ୍କାର ‘ଖେଳରତ୍ନ’ ବ୍ୟାଡମିଣ୍ଟନ ତାରକା ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକରାଜ ରାଙ୍କିରେଡ୍ଡୀଙ୍କୁ ମିଳିବ । ୨୦୨୩ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚି ୱାର୍ଲ୍ଡ ର‌୍ୟାକିଂରେ ଶୀର୍ଷରେ ଥିବା ଏହି ୨ ଖେଳାଳୀଙ୍କୁ ଖେଳରତ୍ନ ପାଇଁ ମନୋନୀତ କରାଯାଇଛି । ଚଳିତ ବର୍ଷ ଚିରାଗ ଓ ସାତ୍ତ୍ୱିକ ଥୋମାସ କପ୍‌, ଇଣ୍ଡୋନେସିଆ ଓପନ ସୁପର ୧୦୦୦, ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନସିପରେ ମେଡାଲ ଓ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।