ସାମିଙ୍କ ସମେତ ୨୬ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ୱାର୍ଲ୍ଡକପରେ ନିଜର ଦବଦବା ଜାହିର କରିଥିବା ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ଅର୍ଜୁନ ଆୱାର୍ଡ ମିଳିବ । ବିସିସିଆଇ ଦ୍ୱାରା ସାମିଙ୍କ ନାଁ ସୁପାରିସ କରାଯାଇଥିଲା । ସାମିଙ୍କ ସମେତ ୨୬ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ । ଏନେଇ ଖେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରୀ କରାଯାଇଛି । ସମସ୍ତ ବିଜେତାଙ୍କୁ ଜାନୁଆରୀ ୯ ତାରିଖରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୱାର୍ଡ ପ୍ରଦାନ କରାଯିବ ।