ସାମି ଅର୍ଜୁନ ଆୱାର୍ଡରେ ସମ୍ମାନିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ସାମି ୫୮ତମ କ୍ରିକେଟର ଭାବେ ଅର୍ଜୁନ ଆୱାର୍ଡ ହାସଲ କରିଛନ୍ତି । କ୍ରିକେଟ ଜଗତରେ ଉତ୍କୃଷ୍ଟ ଉପଲବ୍ଧିକୁ ମାନ୍ୟତା ପ୍ରଦାନ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ସାମି ୨୦୨୩ ଦିନିକିଆ ୱାଲ୍ଡକପ୍ ଉପବିଜେତା ଟିମର ସଦସ୍ୟ ରହିବା ସହ ସର୍ବାଧିକ ୱିକେଟ ହାସଲ କରିଥିଲେ।ଏହାସହ୨୦୨୩ରେ ଇଂଲଣ୍ଡରେ ଆୟୋଜିତ ଟେଷ୍ଟ ୱାର୍ଲ୍ଡକପ୍ ଉପବିଜେତା ପୁରୁଷ ଟିମର ମଧ୍ୟ ସଦସ୍ୟ ଥିଲେ । ସାମିଙ୍କ ସହ ୨୩ ଅନ୍ୟ ଖେଳାଳିଙ୍କୁ ଅର୍ଜୁନ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ଅର୍ଜୁୂନ ଆୱାର୍ଡ ଜିତିବା ପରେ ୩୩ ବର୍ଷୀୟ ବୋଲର ମହମ୍ମଦ ସାମି ବଡ଼ ଘୋଷଣା କରିଛନ୍ତି । ଜାନୁଆରୀ ୨୫ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସାମି ପଡ଼ିଆକୁ ଫେରିବେ । ସାମି ଏବେ ଗୋଡ଼ ଆଘାତ ଦେଇ ଗତି କରୁଥିବାବେଳେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବାକୁ ନେଇ ପ୍ରଶ୍ନ ଉଠୁଥିଲା ।