ଦେଶର ଜିଡିପିକୁ ୟୁୁଟ୍ୟୁବର୍‌ଙ୍କ ବୃହତ୍ ଯୋଗଦାନ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଡିଜିଟାଲ୍ ବିଜିନେସ୍। ସାମାଜିକ ଗଣମାଧ୍ୟମ ତଥା ମନୋରଞ୍ଜନ ଚ୍ୟାନେଲ୍‌ଗୁଡ଼ିକ ଏ କ୍ଷେତ୍ରରେ ପ୍ରମୁଖ ମାଧ୍ୟମ ପାଲଟିଛନ୍ତି। ସୂଚନା ଅନୁସାରେ ଦେଶର ଜିଡିପିରେ ୟୁଟ୍ୟୁବର୍ ଇକୋସିଷ୍ଟମ୍‌ର ବୃହତ୍ ଯୋଗଦାନ ରହିଛି। ଭାରତରେ କାର୍ଯ୍ୟ କରୁଥିବା ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ୧ ଲକ୍ଷ ସବ୍‌ସ୍କ୍ରାଇବର୍ସ ତଥା ବାର୍ଷିକ ୪୫% ଅଭିବୃଦ୍ଧି ଦେଖିବାକୁ ମିଳିଛି।

ୟୁଟ୍ୟୁବର୍ ଇକୋସିଷ୍ଟମ୍ ଦେଶର ଜିଡିପିକୁ ୬,୮୮୦ କୋଟି ଟଙ୍କା ଯୋଗଦାନ କରିଛି। ସିଧାସଳଖ ଅର୍ଥରେ ୨୦୨୦ରେ ପାଖାପାଖି ୭ ଲକ୍ଷ ସ୍ୱଂୟସମ୍ପୂର୍ଣ୍ଣ ନିଯୁକ୍ତି ସହିତ ସମାନ ସହଯୋଗ କରିଛି ବୋଲି ଅକ୍ସଫୋର୍ଡ ଇକୋନୋମିକ୍ସ ରିପୋର୍ଟରେ ପ୍ରକାଶ। ସୂଚନାଯୋଗ୍ୟ ଯେ ଗତ ୧୪ ବର୍ଷ ଧରି ୟୁଟ୍ୟୁବ୍ ଏ ଦିଗରେ ଅର୍ଥାତ୍ ସ୍ୱଂୟସମ୍ପର୍ଣ୍ଣ ନିଯୁକ୍ତି ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିଆସୁଛି। ଦେଶରେ ୟୁଟ୍ୟୁବ୍ କ୍ରିଏଟିଭ୍ ଇକୋନୋମୀର ଆରମ୍ଭ ହୋଇସାରିଛି ବୋଲି ଅଜୟ ବିଦ୍ୟାସାଗର ଏଏପିସି ୟୁଟ୍ୟୁବ୍ ପାର୍ଟନର୍ସିପ୍ କହିଛନ୍ତିି।