ବେଲଗାମ୍ ଖାଇବାତେଲ ଦର

ନୂଆଦିଲ୍ଲୀ,ଏଜେନ୍ସି: ରୁଷ୍‌-ୟକ୍ରେନ୍ ଯୁଦ୍ଧ ଯୋଗୁଁ ଦେଶରେ ଖାଇବାତେଲ ଦର ମଧ୍ୟ ବେଲଗାମ୍ ହୋଇଛି। ଯୁଦ୍ଧ ଆରମ୍ଭ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଖାଇବାତେଲ ଦର ପାଖାପାଖି ପ୍ରତି ଲିଟର ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ଯୋଗୁଁ ଦରବୃଦ୍ଧି ଘଟିଛି ବୋଲି ଜଣାପଡ଼ିଛି।

ୟୁକ୍ରେନ୍‌ରୁ ସୂର୍ଯ୍ୟମୂଖୀତେଲ ଯୋଗାଣ ସମ୍ପୂର୍ଣ୍ଣ ରୁପେ ବନ୍ଦ ରହିଛି। କେବଳ ଭାରତରେ ନୁହେଁ ବୈଶ୍ୱିକସ୍ତରରେ ମଧ୍ୟ ଖାଇବାତେଲ ଦର ବୃଦ୍ଧି ପାଇବାରେ ଲାଗିଛି।