କେଉଁ ଦିନ ଏବଂ କେତେବେଳେ ବାନ୍ଧିବେ ରାକ୍ଷୀ

ଭୁବନେଶ୍ୱର, ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷ ରାକ୍ଷୀ ବନ୍ଧନ ୨ ଦିନ ପଡ଼ିଛି । ଅର୍ଥାତ୍ ଆପଣ ଅଗଷ୍ଟ ୩୦ ଏବଂ ୩୧ରେ ରାକ୍ଷୀ ବାନ୍ଧିପାରିବେ । ଭଦ୍ରା କାଳ ଚାଲିଥିବାରୁ ଯଦି ଆପଣ ଅଗଷ୍ଟ ୩୦ ତାରିଖ ରାକ୍ଷୀ ବାନ୍ଧିବାକୁ ଚାହୁଛନ୍ତି ତେବେ ରାତି ୯ଟା ପରେ ବାନ୍ଧନ୍ତୁ । ଆଉ ଅଗଷ୍ଟ ୩୧ ତାରିଖ ବାନ୍ଧିବାକୁ ଚାହୁଁଥିଲେ ସକାଳ ୫ଟା ୫୫ ମିନିଟରୁ ୭ଟା ୫ ମିନିଟ୍ ପର୍ଯ୍ୟନ୍ତ ବାନ୍ଧିପାରିବେ ।

ସୂଚନାଯୋଗ୍ୟ, ଶ୍ରାବଣ ପୂର୍ଣ୍ଣିମା ତିଥୀର ଶୁଭାରମ୍ଭ ଅଗଷ୍ଟ ୩୦ ୧୦ଟା ୫୮ ମିନିଟରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ସକାଳ ୭ଟା ୫ ମିନିଟ ପର୍ଯ୍ୟନ୍ତ ରହିବ । ଅଗଷ୍ଟ ୩୦ ତାରିଖରେ ଦିନ ତମାମ ଭଦ୍ରା କାଳ ହେବା ଯୋଗୁ ରାତିରେ ରକ୍ଷା ସୂତ୍ର ବାନ୍ଧିବେ । ପୂର୍ଣ୍ଣିମା ତିଥୀ ଆରମ୍ଭ ହେଉଥିବାରୁ ଭଦ୍ରା ମଧ୍ୟ ଆରମ୍ଭ ହୋଇଯିବ ଯାହାକି ରାତି ୯ଟା ପର୍ଯ୍ୟନ୍ତ ରହିବ ।