ନବରଙ୍ଗପୁର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶିତ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଯୋଗଦେଇ ଯୁବ ସଂସ୍କାରର ମହତ୍ତ୍ୱ ସମ୍ପର୍କରେ ଛାତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟଅତିଥି ରୂପେ ସେବା ନିବୃତ୍ତ ପ୍ରାଧ୍ୟାପକ ଡା. ବିଜୟ ମିଶ୍ର ଯୁବପୀଢ଼ୀଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନା ଜାଗ୍ରତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ସଂଯୋଜିକା ଡା. ସଂଯୁକ୍ତା ପଣ୍ଡା ପରିଚାଳନା କରିବା ସହିତ ଦେଶ ମାତୃକା ପାଇଁ ଉତ୍ତମ ନାଗରିକର କର୍ତ୍ତବ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଯୁବ ସଂସ୍କାର କାର୍ଯ୍ୟକ୍ରମର ସଂଯୋଜିକା ରଞ୍ଜୁସା ପ୍ରହରାଜ ଯୁବ ସଂସ୍କାର କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ସୁନୀତା ପାତ୍ର ସମେତ ତାଇରା ବେଗମ୍, ତରନମ ଆରା, ଡା. ରୋହିଣୀ ରାଣୀ ଓ ଅଧ୍ୟାପକ ଲକ୍ଷ୍ମୀକାନ୍ତ ସୌରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ରଞ୍ଜୁସା ପ୍ରହରାଜ ଧନ୍ୟବାଦ ଦେଇଥିଲେ ।