ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବନଖଣ୍ଡ ଅଧିନସ୍ଥ ବେଲଗାଁ ସେକ୍ସନ ଜାମତରା ଓ ଭିକାବାହାଲି ଗ୍ରାମରେ ଆମ ଜଙ୍ଗଲ ଯୋଜନା ଦ୍ୱାରା ବନ ସୁରକ୍ଷା ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଜିଆଁ ଖତ ବିଷୟରେ ତାଲିମ ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ଶିକ୍ଷା ଦେବା ପାଇଁ ଭୁବନେଶ୍ୱରରୁ ପ୍ରଫୁଲ୍ଲ କୁମାର ବିଶୋଇ, ମୁରିବହାଲ ରେଞ୍ଜର ଡିଓ ସ୍ୱରୂପ ରାଉତ, ଟିଟିଲାଗଡ଼ରୁ ଅଜୟ ମହାନ୍ତି, ଦିବାକର ପ୍ରଧାନ, ବେଲଗାଁ ବନ ବିଭାଗର ତପସ୍ୱିନୀ ରଣା, ପରିବେଶବିତ ବିକିଜି ନାଗ, ଶିଶକେଲା କୃଷକସାଥି ଗୋପାଳ ନନ୍ଦ, ଜାମତରା ଗାଁର ଭିଏସଏସ ସଭାପତି ରମାକାନ୍ତ ମାଝୀ ଓ କୋଷାଧ୍ୟକ୍ଷ ସଦାଶିବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।