ଯୁବ ରେଡକ୍ରସ ପକ୍ଷରୁ ଫିଟ ଇଣ୍ଡିଆ ଫ୍ରିଡମ ରନ ଉପଲକ୍ଷେ ଗଣଦୌଡ଼ ଅନୁଷ୍ଠିତ

ମାଲକାନଗିରି,ଏନ୍ଏନ୍ଏସ୍: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଫିଟ ଇଣ୍ଡିଆ ଫ୍ରିଡମ ରନ-୨ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ଗତକାଲି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ମାଲକାନଗିରି ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ ଫିଟ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଆଜାଦି କା ଅମୃତ ମହୋତ୍ସବର ଅଂଶ ବିଶେଷ ସ୍ୱରୂପ ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ନୋଡାଲ ଅଧିକାରୀ ଡ. ରଞ୍ଜନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ଗୌତମ ନାୟକ, ଅଧ୍ୟାପକ ପ୍ରମେୟ ମହାନ୍ତି, ଅଧ୍ୟାପକ ସୁଶାନ୍ତ ମାଝୀ, ଅଧ୍ୟାପକ ତପନ କୁମାର ବେହେରା, ଅଧ୍ୟାପକ ଜୀସୁତ ନାୟକ, ଅଧ୍ୟାପିକା ଗୀତାଞ୍ଜଳି ଖେମୁଡୁ, ଅଧ୍ୟାପିକା ପ୍ରେମ ରେଖା ଭତ୍ରା ପ୍ରମୁଖ ଯୋଗଦେଇ ନିଜେ ଫିଟ ରହିଲେ ହିଁ ଏକ ସୁସ୍ଥ ଦେଶ ଗଠନ ହୋଇପାରିବ ବୋଲି କହିଥିଲେ।

ଏଥିପାଇଁ ପ୍ରତ୍ୟେକ ନାଗରିକ ଦୈନିକ ବ୍ୟାୟାମ ଓ ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏଥିସହ ଆୟୋଜିତ ଗଣଦୌଡ଼ ମାଲକାନଗିରି ମହାବିଦ୍ୟାଳୟ ପରିସରରୁ ନୂତନ ଚିକିତ୍ସାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଫିଟନେସ କି ଡୋଜ ଅଧ ଘଣ୍ଟା ରୋଡ଼ ରନ ଫର ଇଣ୍ଡିଆ, ସୁସ୍ଥ ଇଣ୍ଡିଆ ଓ ଫିଟ ଇଣ୍ଡିଆ ସ୍ଳୋଗାନ ଦିଆଯାଇଥିଲା। ଏଥିରେ ବୁଦ୍ଧିଜୀବୀ, ପୁରାତନ ଛାତ୍ର, ଜାତୀୟ ସମର ଶିକ୍ଷାର୍ଥି ବାହିନୀ ଓ ଯୁବ ରେଡକ୍ରସର ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ।