ସ୍ୱାଧୀନତା ଦିବସରେ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ: ଜୈଶ୍ ସଂଗଠନର ୪ ଆତଙ୍କବାଦୀ ଗିରଫ

ଶ୍ରୀନଗର,ଏଜେନ୍ସି: ସ୍ୱାଧୀନତା​‌ ଦିବସର ଗୋଟିଏ ଦିନ ପୂର୍ବରୁ ଜମ୍ମୁ କଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପଣ୍ଡ ହୋଇଛି। କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମୋହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ଜମ୍ମୁ କଶ୍ମୀର ପୁଲିସ। ସ୍ୱାଧୀନତା ଦିବସରେ ଆଇଡି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ।

ପ୍ରଥମେ ମୁନ୍ତଜିର ମଞ୍ଜୁର ନାମକ ଜଣେ ଆତଙ୍କବାଦୀକୁ ଗିରଫ କରିଥିଲା ପୁଲିସ। ସେ ପୁଲ୍‌ଓ୍ଵାମା ବାସିନ୍ଦା ଏବଂ ଜୈଶ ସଂଗଠନ ପକ୍ଷରୁ କାମ କରୁଥିଲା। ତା’ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ ଏବଂ ୮ ରାଉଣ୍ଡ କାରତୁସ ଜବତ କରାଯାଇଥିଲା। ଅସ୍ତ୍ରଶସ୍ତ୍ର ନେବା ପାଇଁ ଗୋଟିଏ ଟ୍ରକ ବ୍ୟବହାର କରାଯାଇଥିଲା। ଉକ୍ତ ଟ୍ରକକୁ ମଧ୍ୟ ସିଜ୍‌ କରାଯାଇଥିବା ସୂଚନା ମିଳିଛି।

ପରେ ଆଉ ୩ ଜଣ ଆାତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶର ଇଜହାର ଖାନ ନାମକ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଥିଲା ଯିଏକି ପାନିପତରେ ଥିବା ଏକ ଅଏଲ ରିଫଇନାରି କମ୍ପାନୀର ଭିଡିଓ ଉଠାଇ ପାକିସ୍ତାନ ପଠାଇଥିଲା। ଏଥିପାଇଁ ତାକୁ ସୁପାରୀ ଦେଇଥିଲା ଜୈଶ କମାଣ୍ଡର ମୁନଜିର ଖାନ। ଏହା ଛଡା ଅଯୋଧ୍ୟାର ରାମ ମନ୍ଦିରର ଭିଡିଓ କରିବା ପାଇଁ ମଧ୍ୟ କୁହାଯାଇଥିଲା। ଏହା ପୂର୍ବରୁ ସେ ପୁଲିସ କବଜାରେ ପଡିଥିଲା। ସେହିଭଳି ଗିରଫ ଆଉ ୨ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଶୋପିଆନ୍‌ ଅଞ୍ଚଳର ଅହମ୍ମଦ ଶାହା ଏବଂ ଆଉ ଜଣେ ପୁଲଓ୍ବାମାର ଜାହାଙ୍ଗୀର ଅହମ୍ମଦ ଭଟ୍ଟ ବୋଲି ଜଣାପଡିଛି। ସେ କଶ୍ମୀରରେ ଫଳ ବ୍ୟବସାୟ କ​‌ରେ। ଆତଙ୍କବାଦୀଙ୍କ ସହିତ ମିଶି ବଡ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲା।