ନୂତନ କରି ଚିତ୍ରକୋଣ୍ଡା ଏସଡିପିଓ ଭାବେ ଯୋଗଦାନ ଦେଲେ ଅଂଶୁମାନ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନୂତନ ଏସଡିପିଓ ଭାବେ ଆଜି ସନ୍ଧ୍ୟାରେ ଅଂଶୁମାନ ଦ୍ୱିବେଦୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏଥିସହ ପୁରାତନ ଏସଡ଼ିପିଓ ସୁନାରାମ ହେମ୍ବ୍ରମଙ୍କ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରକୁ ବଦଳି ହୋଇଛି। ଏସଡିପିଓ ହେମ୍ବ୍ରମ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବହୁ ସୁନାମ ଅର୍ଜନ କରିବା ସହ ସ୍ୱାଭିମାନ ଅଞ୍ଚଳର ବିକାଶରେ ମୁଖ୍ୟ ଅବଦାନ ରହିଥିବା ଦେଖିବାକୁ ମିଳିଛି।

ସେହିପରି କୋଭିଡ ସମୟରେ ମଧ୍ୟ ଦିନରାତି ଆଇନ ଶୃଙ୍ଖଳା ବଜାୟ ରଖିଥିଲେ। ଆଜି ନୂତନ ଭାବେ ଯୋଗଦେଇଥିବା ଏସଡିପିଓ ଅଂଶୁମାନ ଦ୍ୱିବେଦୀ ନିଜର କାର୍ଯ୍ୟକାଳ ମଧ୍ୟରେ ସହର ମଧ୍ୟରେ ହେଉଥିବା ଚୋରି, ଡକାୟତି ଏବଂ ଗଞ୍ଜେଇ ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ରୋକିବାରେ ଚେଷ୍ଟା କରିବେ ବୋଲି ମତ ଦେଇଛନ୍ତି। ନୂତନ ଭାବେ ଏସଡ଼ିପିଓ ଅଂଶୁମାନ ଦ୍ୱିବେଦୀଙ୍କ ଯୋଗଦାନ ପରେ ତାଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।