ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ସ୍ଥିତ ରେଲୱେ ଷ୍ଟେସନ ୧ନଂ ପ୍ଲାଟଫର୍ମରୁ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଜିଆରପି ପୁଲିସ ଉଦ୍ଧାର କରିଛି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଜଣକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଗୋଧିବସା ଅଞ୍ଚଳର ରାଜେଶ ମୁର୍ମୁ(୩୫)।

ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ୮ଟା ସମୟରେ ରେଲୱେ ଷ୍ଟେସନ ୧ନଂ ପ୍ଲାଟଫମରେ ରାଜେଶ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଜିଆରପି ପୁଲିସ ଦେଖିବାକୁ ପାଇଥିଲା। ରାଜେଶଙ୍କ ଝିଅ ମାମୁନର କହିବା ଅନୁସାରେ ଜଣେ ରାସ୍ତାରେ ବୁଲି କାନସଫା କରୁଥିବା ବ୍ୟକ୍ତି ତାଙ୍କର ମାଙ୍କୁ ନେଇଯାଇଥିଲେ। ଏହାକୁ ପ୍ରତିବାଦ କରିବାରୁ ଉକ୍ତ କାନସଫାଳି ଜଣଙ୍କ ଏକ ଧାରୁଆ ଛୁରିରେ ରାଜେଶଙ୍କ ମୁହଁ ପେଟ, ଛାତି ଓ ଶରୀର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା।

ଏହା ପରେବି ତାଙ୍କ ମାଙ୍କୁ ଛାଡିନଥିଲା। ତେବେ ସେମାନେ ଜିଆରପି ପୁଲିସକୁ ଖବର ଦେବାରୁ ପୁଲିସ ଘଟଣାସ୍ଥଳକୁ ଆସି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା।