Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନୂତନ ସ୍ୱତନ୍ତ୍ର ଜନଜାତି ଷ୍ଟୋର ‘ଆଦିଶା’ ଉଦଘାଟିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନୂତନ ସ୍ୱତନ୍ତ୍ର ଜନଜାତି ଷ୍ଟୋର ‘ଆଦିଶା’ ଉଦଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏବେ ପ୍ରତ୍ୟେକ ଜିଲ୍ଲାର ପର୍ଯ୍ୟଟନସ୍ଥଳୀରେ ମିଳିବ ଆଦିବାସୀ ଉତ୍ପାଦିତ ଦ୍ରବ୍ୟ ସାଙ୍ଗକୁ ଖାଦ୍ୟ ସାମଗ୍ରୀ। ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ, ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ନୂତନ ସ୍ୱତନ୍ତ୍ର ଜନଜାତି ଷ୍ଟୋର ‘ଆଦିଶା’ ଟିଡିସିସିଓଏଲର ମୁଖ୍ୟାଳୟରେ ଉଦଘାଟିତ ହୋଇଯାଇଛି। ଏହି ଷ୍ଟୋରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ଏହି ଷ୍ଟୋରରେ ଆଦିବାସୀମାନଙ୍କର ବିଭିନ୍ନ ସାମଗ୍ରୀ ଯଥା ଲଘୁ ବନଜାତ ଦ୍ରବ୍ୟ, ବଳକା କୃଷି ଉତ୍ପାଦିତ ଦ୍ରବ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ, ହସ୍ତକଳା, ଅଳଙ୍କାର, ମସଲା, ଚିତ୍ରକଳା, ଖାଦ୍ୟ ସାମଗ୍ରୀ ମାଣ୍ଡିଆ, ବିସ୍କୁଟ, ପିଠା, ପାଉଁରୁଟି ଆଦି ଉପଲବ୍ଧ ରହିଛି। ଏହାର ବ୍ୟାପକ ବଜାର ସୃଷ୍ଟି ପାଇଁ ଟିଡିସିସିଓଏଲ୍ ତରଫରୁ ୬ଟି ଜିଲ୍ଲାରେ ୧୧ଟି ସ୍ୱତନ୍ତ୍ର ଷ୍ଟୋର ଖୋଲାଯାଇଛି। ଏହାସହିତ ଏକ ଭ୍ରାମ୍ୟମାଣ ଷ୍ଟୋର ‘ଟ୍ରାଇବାଲ୍ ଅନ୍ ହ୍ୱିଇଲ୍’ର ବ୍ୟବସ୍ଥା କରାଯାଇଛି। ଏହି ଷ୍ଟୋରମାନଙ୍କରୁ ଆଦିବାସୀମାନଙ୍କର ପ୍ରସ୍ତୁତ ମନଲୋଭା ସମାଗ୍ରୀ କିଣିବାରେ ଗ୍ରାହକମାନେ ଏକ ଭିନ୍ନ ଅନୁଭୂତିର ଅନୁଭବ ପାଇପାରିବେ।

ଏଥିରେ ଅନୁସୂଚିତ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ଅନନ୍ତ ନାରାୟଣ ଜେନା, ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ବିଭାଗୀୟ ନିର୍ଦ୍ଦେଶକ ସଚିନ୍ ଆର୍ ଯାଦବ, ଟିଡିସିସିଓଏଲ୍ର ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ଭାଲ ଅତିଥିଭାବେ ଯୋଗ ଦେଇଥିଲେ। ପର୍ଯ୍ୟଟନ ସହିତ ଜନଜାତି ଷ୍ଟୋରକୁ ସଂଯୋଗ କରାଯିବାର ବ୍ୟବସ୍ଥା ରହିଛି।

୧୨ଟି ଜିଲ୍ଲାରେ ଟିଡିସିସିଓଲର କାର୍ଯ୍ୟାଳୟ ରହିଛି। ସେଥି ମଧ୍ୟରୁ ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼, ମୟୁରଭଞ୍ଜ, ନବରଙ୍ଗପୁର ୬ଟି ଜିଲ୍ଲାରେ ୧୧ଟି ଷ୍ଟୋର ରହିଛି। ଖୋର୍ଦ୍ଧା ଜିଲ୍ଲାରେ ସମୁଦାୟ ୪ଟି ଷ୍ଟୋର ରହିଛି। ଏହି ଜନଜାତି ଷ୍ଟୋର ସହିତ ଓଡ଼ିଶାର ପର୍ଯ୍ୟଟକଙ୍କୁ ସମ୍ପୃକ୍ତ କରିବା ପାଇଁ ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀରେ ଜନଜାତି ଷ୍ଟୋର ଖୋଲାଯିବାର ବ୍ୟବସ୍ଥା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଏହାସହିତ ୧୨ଟି ଜିଲ୍ଲାରେ ଥିବା ଟିଡିସିସିଓଲ୍ରେ ଏହି ଷ୍ଟୋର କରାଯିବ। ପ୍ରତ୍ୟେକ ଷ୍ଟୋରରେ ବିକ୍ରେତା ଉପସ୍ଥିତ ରହି ପର୍ଯ୍ୟଟକମାନଙ୍କୁ ଆଦିବାସୀ ସାମଗ୍ରୀ ସମ୍ପର୍କରେ ସୂଚନା ପ୍ରଦାନ କରିବେ ବୋଲି ଶ୍ରୀମତି ନିମ୍ଭାଲ କହିଛନ୍ତି। ୧୯୬୭ ମସିହାରୁ ଜନଜାତି ସମୁଦାୟଙ୍କର ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରିବଟା ଦିଗରେ ତଥା ପ୍ରାଥମିକ ପ୍ରସ୍ତୁତକର୍ତ୍ତା ଓ ସଂଗ୍ରହକାରୀମାନଙ୍କୁ ଉଚିତ୍ ମୂଲ୍ୟ ପ୍ରାପ୍ତ କରିବାରେ ସହାୟକ ହେଉଛି। ଏହାସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଆଦିବାସୀ ଖାଦ୍ୟ ସାମଗ୍ରୀକୁ ବୈଜ୍ଞାନିକ ପଦ୍ଧତିରେ ପ୍ୟାକେଟିଂ କରାଯାଇ ବିକ୍ରି ପାଇଁ ରଖାଯାଇଛି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇ-ବ୍ୟବସାୟ ପାଇଁ adisha.in ନାମକ ୱେବ୍ସାଇଟ୍ କରାଯାଇଛି। ଏହି ୱେବ୍ସାଇଟ୍ ମାଧ୍ୟମରେ ଗ୍ରାହକମାନେ ସିଧାସଳଖ ଆଦିବାସୀ ସାମଗ୍ରୀ କିଣିପାରିବେ। ଏଥିପାଇଁ ବିଶ୍ୱସ୍ତରୀୟ ବ୍ରାଣ୍ଡିଂର ବ୍ୟବସ୍ଥା କରାଯାଇଛି।

ଖୋଲାଯିବ ଜନଜାତି କାଫେଟେରିଆ: ଭୁବନେଶ୍ୱରରେ ଥିବା ଆଦିଶା ଷ୍ଟୋରରେ କୋରାପୁଟର କଫିକୁ ନେଇ ଖୋଲାଯିବ ସ୍ୱତନ୍ତ୍ର କାଫେଟେରିଆ। କୋରାପୁଟର କଫି ବିଶ୍ୱ ପ୍ରସିଦ୍ଧ ଅଟେ। ଏଥିପାଇଁ ସବାଇଘାସରେ ତିଆରି ଚେୟାର ଟେବୁଲର ବସି କୋରାପୁଟ୍ କଫିର ମଜା ନେବେ। ଚାଷୀଙ୍କୁ ସିଧାସଳଖ ଲାଭବାନ୍ କରିବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା କରିଛି ଟିଓିସିସିଓଏଲ୍। ଅନ୍ତର୍ଜାତିୟସ୍ତରରେ ଏହାର ବ୍ରାଣ୍ଡିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବୈଜ୍ଞାନିକ ପଦ୍ଧତିରେ ଏହାକୁ ପ୍ୟାକେଟିଂ ମଧ୍ୟ କରାଯାଇଛି। ଏହାସହିତ adisha.in ମଧ୍ୟ ଏହା ଉପଲବ୍ଧ ହେବ ବୋଲି ଶ୍ରୀମତି ନିମ୍ଭାଲ କହିଛନ୍ତି।