ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ନୀଳଗିରି, ଏନ୍ଏନ୍ଏସ୍: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ପୋଡାଶୂଳ ଅଞ୍ଚଳରେ ବିଦ୍ୟୁତ ଷ୍ଟ୍ରକଚରରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନରଣପୁର ଗ୍ରାମର ହିମାଂଶୁ ବାଗ ଓରଫ ମଣ୍ଟୁ । ପୋଡାଶୂଳ ଏବି ସୁଇଚ ପକାଇବା ବେଳେ ଏହା ଚାର୍ଜ ଥିବାରୁ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ଦମକଳ ବାହିନୀ ଆଣି ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ହେଲେ ମୃତକ ଜଣଙ୍କ ବିଦ୍ୟୁତ କର୍ମଚାରୀ ନହୋଇଥିବାରୁ ତାଙ୍କୁ କାମରେ ଲଗାଇଥିବା ବାଲିଗୋହିରୀ ଅଞ୍ଚଳର ମାନସ କୁମାର ଜେନା ଓରଫ ରାଜା ଶବକୁ ଏକ ଆମ୍ବୁଲାନ୍ସରେ ନେଇ ପଳାଇଥିଲେ । ଏନେଇ ଗ୍ରାମବାସୀମାନେ ନୀଳଗିରି ହସ୍ପିଟାଲରେ ପହଞ୍ଚି ପାଟିତୁଣ୍ଡ କରିଛନ୍ତି ।